www.samajalive.in
Wednesday, December 10, 2025
23.1 C
Bhubaneswar

କରୋନା ମୁକାବିଲା : ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ନୂଆ ପ୍ରଲେପ

ପୁଣେ : କରୋନା ଭୂତାଣୁ ବିପକ୍ଷ ଲଢ଼େଇରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏ ସଂକ୍ରାନ୍ତରେ ପୁଣେରୁ ଏକ ଭଲ ଖବର ମିଳିଛି। ପୁଣେର ସିଣ୍ଡିଓସିସ୍‍ ସେଣ୍ଟର୍‍ ଫର୍‍ ନାନୋ ସାଇନ୍‍ସ୍‍ ଆଣ୍ଡ ଟେକ୍ନୋଲୋଜି ଓ ସିଣ୍ଡିଓସିସ୍‍ ସ୍କୁଲ୍‍ ଅଫ୍‍ ବାୟୋଲୋଜିକାଲ୍‍ ସାଇନସେସ୍‍ର ମୁଖ୍ୟ ବୈଜ୍ଞାନିକମାନେ ଏକ ନୂଆ ବୈଷୟିକ ଜ୍ଞାନର ବିକାଶ କରିଛନ୍ତି, ଯାହା ଏକ ଆଣ୍ଟି ମାଇକ୍ରୋବାୟଲ୍‍ କୋଟିଙ୍ଗ୍‍। ବୈଜ୍ଞାନିକମାନଙ୍କ ମତରେ ଏହି ବୈଷୟିକ ଜ୍ଞାନ Sars-CoV-2ର ସଫଳତାର ସହ ମୁକାବିଲା କରିପାରିବ। ଯଦି ଏହା ସଫଳ ରହିବ, ତେବେ ଏହି କୋଟିଙ୍ଗ୍‍କୁ ଡାକ୍ତର ଓ ଚିକିତ୍ସା କର୍ମଚାରୀମାନେ ବ୍ୟବହାର କରୁଥିବା ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ କିଟ୍‍, ମାସ୍କ, ଗାଉନ୍‍, ଗ୍ଲୋଭ୍‍ସ୍‍ ଓ ମୁଖ ଆବୃତ୍ତ କରି ରଖିବା ପାଇଁ ଅନ୍ୟାନ୍ୟ ପଦାର୍ଥରେ ଲଗାଯାଇପାରିବ।

ଏହି ବିଶେଷଜ୍ଞ ଟିମ୍‍ର ସଦସ୍ୟ ଡକ୍ଟର ପ୍ରେମ୍‍ ପାଣ୍ଡେ କହିଛନ୍ତି,ଏହି କୋଟିଙ୍ଗ୍‍ ଡାକ୍ତର ଓ ଚିକିତ୍ସା କର୍ମୀମାନଙ୍କର ସୁରକ୍ଷାକୁ ବହୁମାତ୍ରାରେ ବୃଦ୍ଧି କରିପାରିବ। ଫଳରେ ଭୂତାଣୁରେ ସଂକ୍ରମିତ ଲୋକମାନଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତର ଓ ଚିକିତ୍ସା କର୍ମୀମାନେ ଅଥିକ ସୁରକ୍ଷିତ ରହିପାରିବେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories