ବିଦେଶୀଙ୍କୁ ସ୍ବଦେଶ ପଠାଇବା ପ୍ରସଙ୍ଗ : ହସ୍ତକ୍ଷେପ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଲକଡାଉନ ଜାରି ରହିଛି। ଦେଶ ଭିତରେ ଓ ବିଦେଶକୁ କୌଣସି ଯାତ୍ରିବାହୀ ବିମାନ ଚଳାଚଳ କରୁନାହିଁ। ପ୍ରଥମ ଦଫା ଲକଡାଉନ ପରେ ଦ୍ବତୀୟ ଦଫାରେ ମେ ୩ ତାରିଖ ପର୍ୟ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି। ଲକଡାଉନ ଯୋଗୁଁ ଭାରତରେ ବିଭିନ୍ନ ଦେଶର ବହୁ ବିଦେଶୀ ନାଗରିକ ଫସି ରହିଛନ୍ତି। ସେମାନଙ୍କୁ ଚାଟାର୍ଡ ବିମାନରେ ସ୍ବଦେଶ ପଠାଇବା ପାଇଁ ସରକାର ଓ ଏୟାର ଇଣ୍ଡିଆ ନିଷ୍ପତି ନେଇଥିବା ଜଣାପଡିଛି। ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଥିବା ବେଳେ ଏଥିରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରି ଦେଇଛନ୍ତି।

Comments are closed.