www.samajalive.in
Monday, December 8, 2025
24.1 C
Bhubaneswar

କରୋନା ମୁକାବିଲା : ଡାକ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ

ନୂଆଦିଲ୍ଲୀ : ଡାକ କର୍ମଚାରୀମାନେ କାର୍ଯ୍ୟରତ ଅବସ୍ଥାରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଯଦି ପ୍ରାଣ ହରାନ୍ତି ତେବେ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିବ। ଡାକ ବିଭାଗ ଅତ୍ୟାବଶ୍ୟକ ସେବାର ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାର କର୍ମଚାରୀମାନେ କରୋନା ସଂକ୍ରମଣ କାଳରେ ବିଭିନ୍ନ ଡାକସେବା ସହ ଏହି ବ୍ୟାଧିର ଚିକିତ୍ସା ଓ ନିରାକରଣରେ ବ୍ୟବହୃତ ହେଉଥିବା ଔଷଧ ସାମଗ୍ରୀ/ପାର୍ସଲ ଆଦି ବାଣ୍ଟୁଛନ୍ତି । ଏହି ଦାୟିତ୍ୱ ନିର୍ବାହନ କାଳରେ ସେମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେଣୁ ଏଭଳି ସ୍ଥିତିରେ ଯଦି କୌଣସି ଡାକ କର୍ମଚାରୀଙ୍କର ମୃତ୍ୟୁ ଘଟେ ସେମାନଙ୍କୁ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ । ଉଭୟ ଗ୍ରାମୀଣ ତଥା ଅନ୍ୟାନ୍ୟ ଡାକ କର୍ମଚାରୀମାନେ ଏହି ସୁବିଧା ପାଇବେ । ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶାବଳୀ ତୁରନ୍ତ ଲାଗୁ ହେବା ସହିତ କରୋନା ସଂକ୍ରମଣ କାଳ ପର୍ୟ୍ୟନ୍ତ ଏହା ଅବ୍ୟାହତ ରହିବ ।

ଡାକ କର୍ମଚାରୀ ଏବଂ ଗ୍ରାମାଞ୍ଚଳରେ ସବୁ ଡାକଘର ଓ ଗ୍ରାମୀଣ ଡାକସେବକ ନିଜର କର୍ତ୍ତବ୍ୟ ପାଳନ ଅବସରରେ ଅତ୍ୟାବଶ୍ୟକ ସେବା ଯୋଗାଇବା ସହ କୋଭିଡ-୧୯ ସଂକଟ କାଳରେ ଏକ ବଡ ସାମାଜିକ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେ ଦୃଷ୍ଟିରୁ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବାର ଯଥାର୍ଥତା ରହିଥିବା ଅନୁଭବ କରିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।

- Advertisement -

 

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories