www.samajalive.in
Monday, December 8, 2025
16.1 C
Bhubaneswar

ଥାନାଧିକାରୀ, ଅତିରିକ୍ତ ତହସିଲଦାର ଓ ଦମ୍ପତ୍ତି ରକ୍ତଦାନ କରି ସାଜିଲେ ଉଦାହରଣ

ବଡ଼ସାହି : ମହାମାରୀ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣର ମୁକାବିଲା ପାଇଁ ତାଲାବନ୍ଦ ଚାଲିଥିବାରୁ ଜିଲା ରକ୍ତଭଣ୍ଡାରରେ ରକ୍ତର ଅଭାବ ଦୂର ପାଇଁ ବିକାଶମଞ୍ଚ ପକ୍ଷରୁ ଶନିବାର ବଡ଼ସାହିରେ ୪ର୍ଥ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବଡ଼ସାହି ୱିନର-୧୧ ଯୁବକ ସଂଘର ସହଯୋଗରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ଶିବିରରେ ସଦସ୍ୟ ଶଶାଙ୍କ ଶେଖର କରଙ୍କ ତତ୍ତ୍ୱାବଧାନରେ ସରକାରୀ ନିୟମ ଅନୁଯାୟୀ ୨୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। କୋଭିଡ଼-୧୯ ଆଇନ ୨୦୨୦ର ସର୍ତ୍ତାବଳୀ ସ୍ୱୀକାରୋକ୍ତି ପ୍ରକାଶ ପୂର୍ବକ ରକ୍ତଦାତା ଆଗ୍ରହର ସହିତ ନାମ ପଞ୍ଜିକରଣ କରି ସାମାଜିକ ଦୂରତ୍ୱ ବଜାୟ ରଖି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ପ୍ରଥମେ ବଡ଼ସାହି ଆଇଆଇସି ଜୟନ୍ତ କୁମାର ବେହେରା ଓ ଶେଷରେ ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ପରିଡ଼ା ରକ୍ତଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିବା ବେଳେ କାର୍ଯ୍ୟରତ ଆଶାକର୍ମୀ ଓ ତାଙ୍କ ସ୍ୱାମୀ ରକ୍ତ ଦାନ କରି ଅନ୍ୟଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେମାନେ ହେଲେ ଜ୍ୟୋତ୍ସ୍ନାରାଣୀ ବାରିକ ଓ ତାଙ୍କ ସ୍ୱାମୀ ରାଜେଶ ବାରିକ। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ବିଶ୍ୱାଳ, ମାନସ ଦାସ, ଦିପକ ବାରିକ ଓ ଗଣେଶ୍ୱର ବେହେରା ଅନ୍ୟତମ।

ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ସଞ୍ଜିବ କୁମାର ବୋଇତାଇଙ୍କ ସହିତ ଡ଼ାକ୍ତରଖାନା କର୍ମଚାରୀ ଓ ଜିଲା ରକ୍ତଭଣ୍ଡାରର ସଂଯୋଜକ ଅମର ସେଠୀ, ଡାକ୍ତର ପ୍ରଶାନ୍ତ ଦାସ ଓ ସବିତା ରାଣୀ ଶେଝପଡ଼ା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ବିକାଶମଞ୍ଚର ସଦସ୍ୟ ଅରୁଣ ଓତା, ମନୋଜ ପଣ୍ଡା, ଗଣେଶ୍ୱର ପାତ୍ର, ଲକ୍ଷ୍ମୀ ସିଂ, ଦେବରାଜ ନାୟକ ଓ ପାର୍ଥସାରଥି ରଥ ପ୍ରମୁଖ ଯୋଗଦାନକରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଯୁବକ ସଂଘ ପକ୍ଷରୁ ସନ୍ୟାସୀ ଦାସ, ହିମାଂଶୁ ପଣ୍ଡା, ଜୟନ୍ତ ରାଉତ ଓ ଋତୁରାଜ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ୮ଜଣ ରକ୍ତଦାତା ରକ୍ତ ଦାନ କରି ନପାରି ଫେରିଯାଇ ଥିବାରୁ ମଞ୍ଚର ଆବାହକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀ ଦୁଃଖ ପ୍ରକାଶ କରିଥିଲେ।

- Advertisement -

ସୂଚନା ଥାଉ କି, ଜିଲାରେ ରକ୍ତ ଅଭାବ ପାଇଁ ଥାଲସେମିଆ, ପ୍ରସୁତି ଓ ଦୁର୍ଘଟଣା ତଥା ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କ ନିମନ୍ତେ ଆବଶ୍ୟକ ରକ୍ତ ଯୋଗାଡ଼ ପାଇଁ ବିକାଶମଞ୍ଚ ଲଗାତର ରକ୍ତଦାନ ଶିବିର ଆୟୋଜନ କରୁଛି। ବେତନଟୀ, ବଡସାହି, ମୋରଡା ଓ ରାସଗୋବିନ୍ଦପୁର ବ୍ଲକକୁ ନେଇ ଗଠିତ ଏହି ବିକାଶମଞ୍ଚ ଆନୁକୂଲ୍ୟରେ ପ୍ରଥମେ ବେତନଟୀ, ଦ୍ୱିତୀୟରେ ବୈଶିଙ୍ଗା, ତୃତୀୟରେ ମାଣତ୍ରୀ ଓ ଆଜି ୪ର୍ଥ ଶିବିର ବଡ଼ସାହି ଠାରେ ସଫଳତାର ସହିତ ଆୟୋଜିତ ହୋଇଥିବା ବେଳେ ମଞ୍ଚ ପକ୍ଷରୁ ହେବାକୁ ଥିବା ଆଉ ୧୨ଟି ରକ୍ତଦାନ ଶିବିରକୁ ରକ୍ତଭଣ୍ଡାର ପକ୍ଷରୁ ଅନୁମତି ମିଳିସାରିଛି। ଜିଲାରେ ରକ୍ତର ଅଭାବ ଦୂର ପର୍ଯ୍ୟନ୍ତ ମଞ୍ଚ ପକ୍ଷରୁ ଏପରି ଶିବିର ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories