www.samajalive.in
Saturday, December 13, 2025
26.1 C
Bhubaneswar

ସୋସିଆଲ୍‍ ମିଡିଆକୁ ବାଏ ବାଏ କହିଲେ ପରିିଣୀତି

ମୁମ୍ବଇ: କରୋନାକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଏବେ ବଲିଉଡ୍‌ ତାରକାମାନେ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି। ହେଲେ ଏହି ସମୟରେ ବଲିଉଡ୍ ନାୟିକା ପରିିଣୀତି ଚୋପ୍ରା ସୋସିଆଲ ମିଡିଆ ଛାଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପରିିଣୀତି ସୋସିଆଲ ମିଡିଆରୁ କିଛିଦିନ ବିରତି ନେଇଥିବା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି। ତେବେ ସମ୍ପୂର୍ଣ୍ଣ ରୂପେ ନୁହେଁ କିଛି ଦିନ ପାଇଁ ସେ ସୋସିଆଲ ମିଡିଆରୁ ଦୂରେଇ ରହିବେ ବୋଲି ଲେଖିଛନ୍ତି। ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଖୁବ୍‌ଶୀଘ୍ର ସେ ତାଙ୍କ ପ୍ରଶଂସକଙ୍କୁ ଭେଟିବେ। ଅର୍ଥାତ୍‌ ଅଳ୍ପ କିଛିଦିନ ପାଇଁ ସେ ସୋସିଆଲ ମିଡିଆ ଛାଡୁଥିବା ଜଣାପଡିଛି। ନିକଟରେ ସେ ବୋହୂ ବେଶରେ ସଜେଇ ହୋଇ ସୋସିଆଲ ମିଡିଆରେ ଯେଉଁ ଫଟୋ ଅପଲୋଡ କରିଥିଲେ ତାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ଆଉ ଏବେ ସେ ସୋସିଆଲ ମିଡିଆ କିଛି ସମୟ ପାଇଁ ଛାଡିବା ଘଟଣା ତାଙ୍କ ପ୍ରଶଂସକଙ୍କୁ ସାମାନ୍ୟ ନିରାଶ କରିଛି ବୋଲି କୁହାଯାଉଛି।

- Advertisement -

ସୂଚନାଯୋଗ୍ୟ, ପରିିଣୀତି ଖୁବ୍‌ଶୀଘ୍ର ଦିବାକର ବାନାର୍ଜୀଙ୍କ ଫିଲ୍ମ ‘ସନ୍ଦିପ ଔର ପିଙ୍କି ଫରାର’ରେ ନଜର ଆସିବେ ବୋଲି ଜଣାପଡିଛି। ଏଥିରେ ତାଙ୍କସହ ଅର୍ଜୁନ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories