ମେଷ: ଲକ୍ଷ୍ୟ ହାସଲରେ ସକ୍ଷମ ହେବେ। ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିମାନ୍ ଓ ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ।
ବୃଷ: ପରିଶ୍ରମର ମୂଲ୍ୟାଙ୍କନ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ଅର୍ଥ ମିଳିପାରେ। କୀର୍ତ୍ତିମାନ୍ ହେବେ।
ମିଥୁନ: ସେବା ମନୋଭାବାପନ୍ନ ଓ ଧନବାନ୍ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରତିଯୋଗିତାର ଫଳ ଆପଣଙ୍କ ସପକ୍ଷରେ ଯିବ।
କର୍କଟ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମନ ଦୁର୍ବଳ ରହିବ। ଅନଟନର ସମ୍ମୁଖୀନ ହୋଇପାରନ୍ତି। ଚୌରଭୟ ରହିଛି। ସରକାରଙ୍କ କୋପ ଦୃଷ୍ଟିର ସମ୍ମୁଖୀନ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟରୁ କିଛି ଲାଭ ମିଳିବ।
ସିଂହ: ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ପାରିବାରିକ ସ୍ନେହ, ପ୍ରୀତି ଅକ୍ଷୁଣ୍ଣ ରହିବ। ଅଧସ୍ତନ ବ୍ୟକ୍ତିଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରହିବ। ସ୍ୱର୍ଣ୍ଣାଦି ଲାଭ ହେବ।
କନ୍ୟା: ନିଜ କର୍ମ ଉପରେ ପ୍ରଗାଢ଼ ବିଶ୍ୱାସ ରହିବ। କର୍ମତତ୍ପରତା ପ୍ରକାଶ ପାଇବ। ପ୍ରତିଷ୍ଠା ବୃଦ୍ଧି ହେବାର ସୂଚନା ମିଳୁଛି। ସୁଖ ଶାନ୍ତିରେ ସମୟ ଅତିବାହିତ ହେବ। ସର୍ବାଙ୍ଗୀନ ଉନ୍ନତି ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ।
ତୁଳା: କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ଶତୁନାଶ କରି ଧନଭୋଗ କରିବାର ସୂଚନା ମିଳୁଛି। ଐଶ୍ୱର୍ୟ୍ୟଯୁକ୍ତ ହେବେ। ମନରେ ଉଦ୍ବେଗ ଜାତ ହେବାର ସୂଚନା ମିଳୁଛି।
ବିଛା: ସମ୍ମାନିତ ହେବେ। ମନ ଫୁର୍ତ୍ତି ରହିବ। ଶତ୍ରୁ ଉପରେ କଡ଼ା ନଜର ରଖିବାକୁ ପଡ଼ିବ। ଶୁଭ ଖବର ପାଇ ଖୁସି ହେବେ। ଆଶା ଫଳବତୀ ହେବ। ବନ୍ଧୁ ମିଳନରେ ଉପକୃତ ହେବେ। ଧନଲାଭର ସୂଚନା ମିଳୁଛି। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ।
ଧନୁ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। କୁଶଳ ସମାଚାର ପାଇ ଆନନ୍ଦିତ ହେବେ। ସକଳ ଗୁଣର ଆଧାର ହୋଇପାରନ୍ତି। ଯଶସ୍ୱୀ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ମକର: ଯୋଗାଯୋଗ ଫଳଦାୟକ ହେବ। ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ। ତ୍ୟାଗଶୀଳ ହେବେ। ନୀତିନିଷ୍ଠ ହୋଇପାରନ୍ତି। ବିବିଧ ଧନର ଅଧିକାରୀ ହେବେ।
କୁମ୍ଭ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଆୟର ମାର୍ଗ ଉନ୍ମୁକ୍ତ ରହିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ସର୍ବତ୍ର ଶୁଭ ଆଶା କରାଯାଏ। ଧନବାନ୍, ଗୁଣଯୁକ୍ତ ଓ ଉପାର୍ଜନକାରୀ ହେବେ।
ମୀନ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଶାନ୍ତ, ନିପୁଣ ଓ ମେଧାବୀ ହେବେ। ଜିତେନ୍ଦ୍ରିୟ ହୋଇପାରନ୍ତି। ବିଦ୍ୱାନ ଓ ଦୟାଳୁ ସ୍ୱଭାବର ହେବେ। ମିଷ୍ଟଭାଷୀ ଭାବେ ଆଦର ମିଳିବ।



