www.samajalive.in
Thursday, December 11, 2025
15.1 C
Bhubaneswar

କୋଭିଡ-୧୯ର ପ୍ରତିଷେଧକ : ଭାରତ, ଆମେରିକା-ଇସ୍ରାଏଲ୍‍ ସହ ମିଶି କାର୍ଯ୍ୟ କରୁଛି

ନୂଆଦିଲ୍ଲୀ :  କୋଭିଡ-୧୯ର ପ୍ରତିଷେଧକ ବାହାର କରିବା ପାଇଁ ଭାରତ ଆମେରିକା ଓ ଇସ୍ରାଏଲ୍‍ ସହ ମିଶି କାର୍ଯ୍ୟ କରୁଛି। ସେହିପରି କୋଭିଡ-୧୯ ଭଳି ପରିସ୍ଥିତିର ଭବିଷ୍ୟତରେ ମୁକାବିଲା କରିବାକୁ ଭାରତ ନିଜକୁ ଉତ୍ତମ ରୂପେ ପ୍ରସ୍ତୁତ କରିଛି। ଏଥିପାଇଁ ଭାରତର ଦୀର୍ଘ ଦିନର ଗବେଷଣା ଓ ଦେଶର ବୈଜ୍ଞାନିକମାନଙ୍କ ମଧ୍ୟରେ ଜିଜ୍ଞାସୁ ମନୋଭାବର ବିକାଶ ମୁଖ୍ୟତଃ ଦାୟୀ। ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ସଚିବ ଡକ୍ଟର ଆଶୁତୋଷ ଶର୍ମା ଏ କ୍ଷେତ୍ରରେ ଘଟିଥିବା ଅଗ୍ରଗତି ଗୁଡ଼ିକ ବିଷୟରେ ସୂଚନା ଦେଇଛନ୍ତି। ଦେଶରେ କରୋନା ଭୂତାଣୁ ପାଇଁ ପ୍ରତିଷେଧକ ସଂକ୍ରାନ୍ତରେ ଗବେଷଣା ଉପରେ ଡକ୍ଟର ଶର୍ମା କହିଛନ୍ତି, ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ଏ କ୍ଷେତ୍ରରେ ଅଗ୍ରଗତି ହାସଲ କରିବା ପାଇଁ ଅନେକ ପ୍ରତିଷ୍ଠାନକୁ ସହାୟତା କରୁଛି।  ସେ କହିଛନ୍ତି, ଭାରତ ଏ ଦିଗରେ ଆମେରିକା ଓ ଇସ୍ରାଏଲ୍‍ ସହ ଗବେଷଣାର ଫଳାଫଳର ଆଦାନ ପ୍ରଦାନ କରୁଛି।

ନୂଆଦିଲ୍ଲୀ :  କୋଭିଡ-୧୯

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories