www.samajalive.in
Tuesday, December 9, 2025
16.1 C
Bhubaneswar

ଦେଶରୁ ଲକ୍ଡ଼ାଉନ ହଟାଇବା ସପକ୍ଷରେ ଟ୍ରମ୍ପ

ୱାଶିଂଟନ: କରୋନା ଯୋଗୁଁ ସାରା ବିଶ୍ବରେ ସବୁଠୁ ପ୍ରଭାବିତ ଦେଶ ହେଉଛି ଆମେରିକା । ଏହି ଦେଶରେ ମୃତ୍ୟୁ ସଂଖ୍ୟା ୩୫ ହଜାର ପାଖାପାଖି ପହଞ୍ଚିଲାଣି । ପାଖାପାଖି ୭ ଲକ୍ଷ ଲୋକ କରୋନା ଆକ୍ରାନ୍ତ । ଏହା ସତ୍ତ୍ବେ ଟ୍ରମ୍ପ ପ୍ରଶାସନ ଦେଶରୁ  ଲକ୍ଡ଼ାଉନ ହଟାଇବାକୁ ନିଷ୍ପତ୍ତି ନେଇଛି । ଅବଶ୍ୟ ଏକ ସମୟରେ ନୁହେଁ, ପର୍ଯ୍ୟାୟକ୍ରମେ ଏହି ପଦକ୍ଷେପ ନିଆଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି । ତେବେ ଏପରି ଏକ ଅସମୟରେ ଏପରି ନିଷ୍ପତ୍ତି ନେବା ଲାଗି ତାଙ୍କୁ କଠୋର ସମାଲୋଚନାର ଶିକାର ହେବାକୁ ପଡ଼ିଛି । କିନ୍ତୁ ଟ୍ରମ୍ପ ନଇଁ ନାହାନ୍ତି । ଦେଶର ଅର୍ଥବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନିମନ୍ତେ ଆଉ କିଛି ରାସ୍ତା ନାହିଁ ବୋଲି ସେ ମନେ କରୁଛନ୍ତି । କୋରୋନା ଭାଇରସ୍ ଯୋଗୁ ଆମେରିକାର ମୃତ୍ୟୁ ସଂଖ୍ୟାତ ବଢ଼ୁଛି । ତା ସହିତ ବେକାରୀ ସଂଖ୍ୟା ମଧ୍ୟ ବଢ଼ିଛି । ଗୋଟିଏ ମାସ ମଧ୍ୟରେ ଦେଶରେ ବେକାରୀସ୍ତର ଚରମ ସ୍ଥିତିରେ ପହଞ୍ଚିଛି । ୨୨୦ ଲକ୍ଷ ଲୋକ ଚାକିରି ହରାଇଲେରି । ତେଣୁ ଦେଶର ଆର୍ଥିକ ବ୍ୟବସ୍ଥାକୁ ପୂର୍ବପରି ସୁଦୃଢ଼ କରିବା ପାଇଁ ଅନ୍ୟୂନ ୨ ବର୍ଷ ଲାଗିବ ବୋଲି ଅର୍ଥଶାସ୍ତ୍ରୀମାନେ ମନେ କରୁଛନ୍ତି । ନ୍ୟୁୟର୍କ ଫେଡେରାଲ ରିଜର୍ଭ ବ୍ୟାଙ୍କର ଅଧ୍ୟକ୍ଷ ମଧ୍ୟ ଅନୁରୂପ ଆକଳନ କରିଛନ୍ତି । ଲକ୍ଡ଼ାଉନ ଯୋଗୁଁ ଉଭୟ ବଜାର ଓ ଉଦ୍ୟୋଗ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ପୁଣି ଆଗକୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବାକୁ ଅଛି ।  ଏହି ସ୍ଥିତିରେ ଟ୍ରମ୍ପ ଲକ୍ଡ଼ାଉନ ଖୋଲିବା ନିଷ୍ପତ୍ତିକୁ ବିଭିନ୍ନ ରାଜ୍ୟର ଗଭର୍ଣ୍ଣରଙ୍କ ଉପରେ ଛାଡ଼ି ଦେଇଛନ୍ତି । କହିଛନ୍ତି ଯଦି କୌଣସି ଗଭର୍ଣ୍ଣର ଲକ୍ଡ଼ାଉନ ଉଠାଇବାକୁ ଚାହିଁବେ ନାହିଁ ତେବେ ତାହାକୁ ସମ୍ମାନ ଦିଆଯିବ । ଏପରି ନିଷ୍ପତ୍ତି ନେଇ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories