www.samajalive.in
Saturday, December 13, 2025
26.1 C
Bhubaneswar

ବୁର୍ଲାରେ ବିଜେଡି ତରଫରୁ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର, ୫୬ ୟୁନିଟ ରକ୍ତ ସଂଗ୍ରହ

ବୁର୍ଲା : ସାମ୍ପ୍ରତିକ ସମୟରେ ସାରା ବିଶ୍ବ ମହାମାରୀ କରୋନା ପ୍ରକୋପରେ ଆତଙ୍କିତ ସମଗ୍ର ଦେଶରେ ଲକ୍ ଡ଼ାଉନ ସ୍ଥିତିରେ ରକ୍ତର ଉତ୍କଟ ଅଭାବକୁ ପରିଲକ୍ଷିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଓଡିଶାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସମ୍ବଲପୁର ନିର୍ବାଚନ ମଣ୍ଡଳୀର ବୁର୍ଲା ବିଜୁ ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଜୀବନ ବିନ୍ଦୁ ବୁର୍ଲା ଭିମସାରର ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରବାଦ ପୁରୁଷ ଶ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକୀ ହୋଇଥିବାରୁ ଏହି ରକ୍ତ ଦାନ ତାଙ୍କୁ ଉତ୍ସର୍ଗୀକୃତ କରାଯାଇଥିଲା।

ଏହି ଶିବିର କୁ ସମ୍ବଲପୁର ର ପୂର୍ବତନ ବିଧାୟିକା ଡ଼ ରାସେଶ୍ୱରୀ ପାଣିଗ୍ରାହୀ ଉଦଘାଟନ କରିଥିଲେ। ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୫୬ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଏହା ମଧ୍ୟରୁ ୩ଜଣ ମହିଳା ରକ୍ତଦାତା ଅନ୍ତର୍ଭୁକ୍ତ। ବହୁଜଣ ରକ୍ତଦାତା ତାଙ୍କର ପ୍ରଥମ ରକ୍ତ ଦାନ କରିଥିଲେ। ଏହି ଶିବିରରେ ଓଆଇଏସଏଫ୍ (OISF)ର ୧୩ ଜଣ ରକ୍ତଦାନ କରିଥିଲେ। ଏହି ଶିବିରରେ ଓଆଇଏସଏଫ୍ ଓ ୱେସ୍କୋ (OISF, WESCO) ସହଯୋଗ କରିଥିବାରୁ ସେମାନଙ୍କୁ ବୁର୍ଲା ବିଜୁ ଜନତା ଦଳର ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories