www.samajalive.in
Monday, December 8, 2025
27.1 C
Bhubaneswar

ଅପ୍ରିଲ ୨୧ରେ ଲୋକସଭା ବାଚସ୍ପତିଙ୍କ ଭିଡିଓ କନ୍‌ଫରେନ୍‌ସିଂ : ଅଂଶଗ୍ରହଣ କରିବେ ଓଡ଼ିଶା ବିଧାନସଭା ବାଚସ୍ପତି

ଭୁବନେଶ୍ବର : ଲୋକସଭା ବାଚସ୍ପତି ଓମ୍‌.ବିର୍ଲା ଅପ୍ରିଲ ୨୧ ତାରିଖ ପୂର୍ବାହ୍ନ ୧୧ଟାବେଳେ ଦେଶର ସମସ୍ତ ରାଜ୍ୟର ବାଚସ୍ପତିମାନଙ୍କ ସହିତ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଆଲୋଚନା କରିବେ। ଏହି ଆଲୋଚନାରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଂଶଗ୍ରହଣ କରିବେ। ସଚିବାଳୟ ମାର୍ଗସ୍ଥିତ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(ଏନ୍‌ଆଇସି)ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଭିଡ଼ିଓ କନ୍‌ଫରେନ୍‌ସିଂରେ ଓଡ଼ିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ, ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ପ୍ରତିଭା ସିଂ, ବରିଷ୍ଠ ବୈଷୟିକ ନିର୍ଦେଶକ ସରିତା ସାହୁ ଓ ନୋଡାଲ୍‌ ଅଫିସର ତଥା ବିାନ ସଭାର ଯୁଗ୍ମସଚିବ ସରୋଜ କୁମାର ମହାନ୍ତି ଉପସ୍ଥିତ ରହିବେ। ଏହି ମର୍ମରେ ଲୋକସଭାସ୍ଥିତ ରାଜ୍ୟଗୋଷ୍ଠି ସମ୍ପ୍ରଦାୟ ସଂଘ ପ୍ରକୋଷ୍ଠରୁ ନିର୍ଦେଶନାମା ଆସିଛି ବୋଲି ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories