www.samajalive.in
Saturday, December 6, 2025
16.1 C
Bhubaneswar

ଖରିଫ୍‍ କୃଷି ସମ୍ମିଳନୀ ୨୦୨୦

ନୂଆଦିଲ୍ଲୀ : କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି, ଖରିଫ ଫସଲ ଅମଳର ଲକ୍ଷ୍ୟ ହାସଲ ଦିଗରେ ସମସ୍ତ ରାଜ୍ୟ ପ୍ରଚେଷ୍ଟା କରିବା ଉଚିତ୍‍ ଓ କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଏକ ଅଭିଯାନ ଭିତ୍ତିରେ କାର୍ଯ୍ୟ
କରାଯିବା ଆବଶ୍ୟକ। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ଖରିଫ୍‍ କୃଷି ସମ୍ମିଳନୀ ୨୦୨୦ରେ ଉଦବୋଧନ ଦେଇ ରାଜ୍ୟ ଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ତ ପ୍ରତିବନ୍ଧକ ଗୁଡ଼ିକୁ କେନ୍ଦ୍ର ସରକାର ଦୂର କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଜାତୀୟ ଖରିଫ୍‍ ସମ୍ମିଳନୀର ମୂଳ ଲକ୍ଷ୍ୟ ହେଉଛି ଏ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ମାଧ୍ୟମରେ ରାଜ୍ୟଗୁଡ଼ିକ ସହ ପରାମର୍ଶ କରି ଖରିଫ୍‍ ଚାଷର ପ୍ରସ୍ତୁତି ଦିଗରେ ନିଆଯିବାକୁଥିବା ପଦକ୍ଷେପଗୁଡ଼ିକୁ ଚିହ୍ନଟ କରିବା। ଶ୍ରୀ ତୋମର କହିଛନ୍ତି, କୋଭିଡ-୧୯  ସଂକ୍ରମଣ ଯୋଗୁଁ ଗ୍ରାମବାସୀ, ଗରିବ ଲୋକ ଓ କୃଷକମାନେ
ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ତାହା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଫସଲ ବିମା ଯୋଜନା ଓ ମୃର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ବିଷୟରେ କୃଷକମାନଙ୍କୁ ଭଲ ଭାବେ ବୁଝାଇବାକୁ ସେ ରାଜ୍ୟ
ସରକାରମାନଙ୍କୁ ଅନୁରୋଧ କରିଛନ୍ତି। କୃଷି କ୍ଷେତ୍ର ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା କାର୍ଡକୁ ଲାଗୁ କରିବାକୁ ଶ୍ରୀ ତୋମର ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି। ଲୋକମାନେ ସାମାଜିକ ଦୂରତ୍ୱ ବଜାୟ
ରଖିବା ଓ ସାମାଜିକ ଦାୟିତ୍ୱବୋଧତାର ପାଳନ କରିବାକୁ ନିଶ୍ଚିତ କରିବା ପାଇଁ ମଧ୍ୟ ସେ ରାଜ୍ୟଗୁଡ଼ିକୁ କହିଛନ୍ତି।

- Advertisement -

 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories