www.samajalive.in
Thursday, December 11, 2025
18.1 C
Bhubaneswar

କୋଭିଡ୍‍-୧୯ ପରିପ୍ରେକ୍ଷୀରେ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ଯୋଗାଣ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣ(କୋଭିଡ୍‍-୧୯) ରୋକିବା ଦିଗରେ ସାରାଦେଶ ସମେତ ରାଜ୍ୟରେ ଲକ୍‍ଡାଉନ୍‍ ଜାରି କରାଯାଇଛି। ଲୋକମାନେ ଯେଭଳି ଖାଦ୍ୟ ସୁରକ୍ଷାରୁ ବାଦ ନପଡ଼ିନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇ ମାର୍ଚ୍ଚ ୨୧ ତାରିଖ୍‍ରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ମାର୍ଚ୍ଚ ୨୧ ରୁ ଅପ୍ରିଲ ୧୪ ମଧ୍ୟରେ ୨୩, ୩୫୪ଟି ପରିବାରର ୬୪,୧୨୨ଜଣ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ଏହି ପ୍ରକ୍ରିୟା ଜାରି ରହିଛି ଓ କୋଭିଡ୍‍-୧୯ ପରି ବିଶେଷ ପରିସ୍ଥିତିର ମୁକାବିଲା ନିମନ୍ତେ ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ରାଜ୍ୟରେ ୫ଲକ୍ଷ ନୂତନ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।
କୋଭିଡ୍‍-୧୯ ପରିପ୍ରେକ୍ଷୀରେ ରାଜ୍ୟ ସରକାର ରାସନ୍‍କାର୍ଡଧାରୀ ହିତାଧିକାରୀମାନଙ୍କୁ ଆଗୁଆ ତିନି ମାସର ରାସନ ସାମଗ୍ରୀ ଯୋଗାଇ ଦେଉଥିବାବେଳେ ଆଜି ପର୍ଯ୍ୟନ୍ତ ୬୪,୮୩,୦୧୨ କାର୍ଡଧାରୀଙ୍କୁ ୩ ମାସ ପାଇଁ ଅଗ୍ରୀମ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ଏଥିନିମେନ୍ତ ରାଜ୍ୟ ପାଇଁ ଆବଣ୍ଟିତ ଖାଦ୍ୟ ସାମଗ୍ରୀ ମଧ୍ୟରୁ ୯୭ ପ୍ରତିଶତ ଉଠାଣ ହୋଇ ସୁଲଭ ମୂଲ୍ୟ ଦୋକାନଗୁଡ଼ିକୁ ଯୋଗାଇ ଦିଆଯାଉଛି।
ସେହିପରି କୋଭିଡ୍‍-୧୯ ପରିପ୍ରେକ୍ଷୀରେ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ନଗଦ ରିଲିଫ ଆକାରରେ କାର୍ଡପିଛା ୧୦୦୦ଟଙ୍କା ଦିଆଯାଉଥିବା ପରିପ୍ରେକ୍ଷୀରେ ଆଜି ପର୍ଯ୍ୟନ୍ତ ୬୮ଲକ୍ଷ ୭୦୩ କାର୍ଡଧାରୀ ପରିବାରଙ୍କୁ ୬୮୦କୋଟି ୭ଲକ୍ଷ ୩ହଜାର ଟଙ୍କା ବଣ୍ଟନ କରାଯାଇଛି। ସାମାଜିକ ଦୂରତ୍ୱକୁ ଅନୁପାଳନ କରି ରାସନ ସାମଗ୍ରୀ ଓ ନଗଦ ଅର୍ଥ ବଣ୍ଟନ ପ୍ରକ୍ରିୟା ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories