ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାପନ ହେବ କୋବିଦ -୧୯ ଡ଼ାକ୍ତରଖାନା । ଏଠାରେ ୧୧୦ ଶଯ୍ୟା ରହିବ । ଜିଲ୍ଲା ଖଣିଜ ପାଣ୍ଠି ଓ ବେଦାନ୍ତ ଏଥି ନିମନ୍ତେ ସହଯୋଗ କରିବେ । ଏଥିନିମନ୍ତେ ଜିଲା ପ୍ରଶାସନ ଓ ହାଇଟେକ୍ ହସପିଟାଲ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ଏଠାରେ ୧୦ଟି ଆଇସିୟୁ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଯନ୍ତ୍ରପାତି ରଖାଯିବ । ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସରୋଜ ସାମଲ ଓ ହାଇଟେକ ଗ୍ରୁପର ସିଇଓ ଜ୍ୟୋତିର୍ମୟ ପଣ୍ଡା ଓ ଜିଲା ଖଣିଜ ପାଣ୍ଠି ମୁଖ୍ୟ ନିର୍ବାହୀ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି । ଆସନ୍ତା ସପ୍ତାହରେ ଏହି ଡ଼ାକ୍ତରଖାନା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଚଳିତ ମାସ ଶେଷ ସୁଦ୍ଧା ସବୁ ଜିଲାରେ କୋବିଦ-୧୯ ଡ଼ାକ୍ତରଖାନା ସ୍ଥାପନ ପାଇଁ ନିର୍ଦେଶ ଦେବା ପରିପ୍ରେକ୍ଷୀରେ ଏହି ଡ଼ାକ୍ତରଖାନା ସ୍ଥାପନ କରାଯିବ ।
Popular Categories



