www.samajalive.in
Friday, December 5, 2025
26.1 C
Bhubaneswar

ମଦ ଧରାଇଲେ ମହିଳା ଗୋଷ୍ଠୀ

ବେଲଗାଁ : କରୋନା ମହାମାରୀ ପରିପ୍ରେକ୍ଷୀରେ ଲକଡାଉନ ନେଇ ପ୍ରଶାସନ ତତ୍ପର ଥିବା ବେଳେ ମଦମାଫିଆ ସେମାନଙ୍କ କାରନାମା ଆରମ୍ଭ କରିଛନ୍ତି। ସଇଁନ୍ତଲା ଥାନା ସାଲେଦମକ ଅଞ୍ଚଳରେ ବ୍ୟାପକ ରନ୍ଧା ମଦ କାରବାର ହେଉଥିବା ଅଭିଯୋଗ ନେଇ “ସମାଜ”ରେ ଖବର ପ୍ରକାଶିତ ହେବା ପରେ ଟିଟିଲାଗଡ ଅବକାରି ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା। ତେବେ ଆଗତୁରା ସୂଚନା ପାଇ ମଦମାଫିଆ ଫେରାର ମାରିଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳର ୯ଟି ମହିଳା ଗୋଷ୍ଠି ମଦମାଫିଆଙ୍କ ବିରୁଦ୍ଧରେ ଆଗକୁ ଆସିଛନ୍ତି। ଯୋଜନାବଦ୍ଧ ଭାବରେ ମହିଳା ଗୋଷ୍ଠିଙ୍କ ସହାୟତାରେ ମଙ୍ଗଲବାର ବଲାଙ୍ଗୀର ଜିଲାପାଳଙ୍କ ନିର୍ଦ୍ଦେଶରେ ଟିଟିଲାଗଡ ଅବକାରି ପୁଲିସ ଚଢଉ କରି ବ୍ୟାପକ ପରିମାଣରେ ମଦ ଏବଂ ଫାସ ଜବତ କରିଛି। ମୋଟ ୪୦ ବସ୍ତା ଫାଶ, ଟ୍ରକ ଟ୍ୟୁବ ଏବଂ ଜାରରେ ବିକ୍ରୀ ଉଦ୍ଦେଶ୍ୟରେ ଚାଲାଣ ପାଇଁ ରଖାଯାଇଥିବା ଦେଢଶହ ଲିଟରରୁ ଊର୍ଦ୍ଧ୍ବ ରନ୍ଧା ମଦ ଜବତ ହୋଇଛି। ନିକଟସ୍ଥ ଜଙ୍ଗଲ ଘେରରେ ରହିଥିବା ସୁଲିଆମାଲ, ତାଲବାହାଲ, ଲମକାନି ଅଞ୍ଚଳରେ ମଧ୍ୟ ବ୍ୟାପକ ରନ୍ଧା ମଦ ପ୍ରସ୍ତୁତି ଚାଲିଥିବା ନେଇ ଧରପଗଡ ଜୋର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଚଢଉରେ ଟିଟିଲାଗଡ ଅବକାରି ଅଧିକାରୀ ଦେବରାଜ ଖମାରି, ଏଏସଆଇ ବୁଦ୍ଧଦେବ ପୁଟେଲ ପ୍ରମୁଖ ସାମିଲ ଥିଲେ। ମହିଳାମାନଙ୍କ ମଦ ବିରୋଧି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories