ଆରଡି : ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିବା ଦ୍ୱାରା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ସରକାର ମହାମାରୀ କରୋନାର ମୁକାବିଲା ନିମନ୍ତେ ସାରା ଦେଶରେ ଦୀର୍ଘ ୨୨ଦିନ ହେବ ଲକଡାଉନ ଜାରି କରାଯାଇଥିବାରୁ ବହୁ ଅସହାୟ ଲୋକ ଦୁର୍ଦିନରେ ଦିନ କାଟିବା ସହିତ ଭୋକ ଉପାସରେ ରହୁଛନ୍ତି। ଏଥିପାଇଁ ବିଭିନ୍ନ ଅନୁଷ୍ଠାନ, ଦାତବ୍ୟସଂସ୍ଥା ଓ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରୁଥିବା ବେଳେ ଭଦ୍ରକ ଜିଲା ଆରଡିପୀଠ ନିକଟସ୍ଥ ପହଣା ଗାଁର ଗୃହିଣୀ ପଦନୀ ସେଠୀ ନିଜର ସଞ୍ଚିତ କରି ରଖିଥିବା ୫ହଜାର ଟଙ୍କା ଗତ ସୋମବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫି ପାଣ୍ଠିକୁ ଦାନ କରିଛନ୍ତି। ଉକ୍ତ ଟଙ୍କାକୁ ପଦ୍ମିନୀଙ୍କ ମା’ ଭାମାମଣୀ ସେଠୀ ଆରଡି ରାଜସ୍ୱ ନୀରିକ୍ଷକ ଅଧିକାରୀ ଦେବାଷିଶ ରାୟଙ୍କୁ ପ୍ରଦାନ କରିଛନ୍ତି।
କରୋନାରେ ଅସହାୟ ଲୋକଙ୍କୁ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫି ପାଣ୍ଠିକୁ ଦାନ କଲେ ଗୃହିଣୀ
Popular Categories



