www.samajalive.in
Thursday, December 11, 2025
23.1 C
Bhubaneswar

ଓପୋ ‘ଏସ୍ -୨’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଚାଇନାର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଓପୋ ଏକ ନୂତନ ସ୍ମାର୍ଟଫୋନ୍ ଏସ୍ -୨ ଲଞ୍ଚ କରିଛି। ଉପଭୋକ୍ତାମାନଙ୍କ ପାଇଁ ଏହି ସ୍ମାର୍ଟଫୋନରେ ୮୬୫ ସ୍ନାପଡ୍ରାଗନ୍  ଚିପସେଟ ସହ ଚାରୋଟି କ୍ୟାମେରା ଦିଆଯାଇଛି। ଏହା ବ୍ୟତୀତ କମ୍ପାନୀ ଏହି ଫୋନରେ ୫ଜି ମଧ୍ୟ ଦେଇଛି। ତେବେ ଓପୋ ଏହି ସ୍ମାର୍ଟଫୋନକୁ ଭାରତରେ କେବେ ଲଞ୍ଚ କରିବ ସେ ନେଇ କୌଣସି ସୂଚନା ମିଳିନାହିଁ ।

ଓପୋ ଏସ୍ -୨ ଫୋନ ବଜାରରେ ୩ ପ୍ରକାରରେ ଉପଲବ୍ଧ ରହିଛି। ପ୍ରଥମଟି ଯେଉଁଥିରେ କମ୍ପାନୀ ୮ ଜିବିରାମ ଓ ୧୨୮ ଜିବିର ଷ୍ଟୋରେଜ ଦେଉଛି ଯାହାର ମୂଲ୍ୟ ଚାଇନିଜ୍ ୟୁଆନରେ ୩,୯୯୯ ଟଙ୍କା ବା ଭାରତୀୟ ମୂଲ୍ୟ ଅନୁସାରେ ଏହା ୪୩,୨୦୦ ଟଙ୍କା ରହିଛି। ଦିତ୍ବୀୟ ଫୋନାର ମୂଲ୍ୟ ଚାଇନାର ୟୁଆନ୍ ୪,୫୯୯ ରହିଥିବାବେଳେ ଭାରତୀୟ ମୁଦ୍ରା ଅନୁସାରେ ୪୯,୭୦୦ ଟଙ୍କା ରହିଛି ଏଥିରେ ୮ ଜିବିର ରାମ ସହ ୨୫୬ର ଷ୍ଟୋରେଜର କ୍ଷମତା ରହିଛି। ସେହିପରି ତୃତୀୟ ଫୋନରେ ୧୨ ଜିବି ରାମ ସହ ୨୫୬ ଜିବିର ଷ୍ଟୋରେଜ ଦିଆଯାଇଛି। ଏହାର ମୂଲ୍ୟ ୪,୫୯୯ ୟୁଆନ୍ ବା ଭାରତୀୟ ମୁଦ୍ରାରେ ଏହାର ବଜାର ମୂଲ୍ୟ ପ୍ରାୟ ୪୯,୭୦୦ ଟଙ୍କା ରହିଛି । ଏଥି ସହିତ ଏହି ସ୍ମାର୍ଟଫୋନର ବିକ୍ରି ଏପ୍ରିଲ୍ ୨୦ରୁ ଚାଇନାରେ ଆରମ୍ଭ ହେବ ଏବଂ ଏହି ସ୍ମାର୍ଟଫୋନର ବଜାରରେ ୩ଟି ରଙ୍ଗ ଅରୋରା ସିଲଭର, ମୁନ୍ ରକ୍ ଗ୍ରେ ଏବଂ ବାଇଗଣୀ ରଙ୍ଗରେ ଉପଲବ୍ଧ ରହିଛି।

- Advertisement -

କମ୍ପାନୀ ଓପୋ ଏସ- ୨ ସ୍ମାର୍ଟଫୋନରେ ୬.୫ ଇଞ୍ଚର ଫୁଲ ଏଚଡି ପ୍ଲସ ଆଲମଣ୍ଡ ଡିସପ୍ଲେ ଦିଆଯାଇଛି। ଯାହାର ରେଜୋଲ୍ୟୁସନ ୧୦୮୦ X ୨୪୦୦ ପିକ୍ସେଲ ଅଟେ।  ସ୍କ୍ରିନର ସୁରକ୍ଷା ପାଇଁ ଗୋରିଲା ଗ୍ଲାସ୍ ୫ ମଧ୍ୟ ଦିଆଯାଇଛି। ଏହା ବ୍ୟତୀତ ଏହି ଫୋନରେ ସ୍ନାପଡ୍ରାଗନ୍ ୮୬୫ ପ୍ରୋସେସର ମଧ୍ୟ ରହିଛି ।

ଏହି ସ୍ମାର୍ଟଫୋନରେ ଏକ କ୍ୱାଡ୍ କ୍ୟାମେରା ସେଟଅପ୍ ଦିଆଯାଇଛି। ଯେଉଁଥିରେ ପ୍ରଥମ ଲେନ୍ସଟି ୪୮ ମେଗାପିକ୍ସେଲ,ଦିତୀୟଟି ୮ ମେଗାପିକ୍ସେଲ ଅଲଟ୍ରା ୱାଇଡ୍ ଆଙ୍ଗଲ୍, ତୃତୀୟ ଲେନ୍ସଟି ୨ ମେଗାପିକ୍ସେଲ ପୋଟ୍ରେଟ୍ ସେନ୍ସର ଏବଂ ଚତୁର୍ଥଟି ୨ ମେଗାପିକ୍ସେଲର ମନୋକ୍ରୋମ ସେନସର ଦିଆଯଆଇଛି। ଏହା ବ୍ୟତୀତ ଉପଭୋକ୍ତାମାନଙ୍କୁ   ୧୬ ମେଗାପିକ୍ସେଲର ସେଲଫି କ୍ୟାମେରା ପାଇପାରିବେ।

ଓପୋ ଏସ-୨ ସ୍ମାର୍ଟଫୋନରେ କମ୍ପାନୀ ୱାଇ-ଫାଇ, ଜିପିଏସ୍, ବ୍ଲୁଟୁଥ୍,୫ଜି ନେଟୱାର୍କ ଏବଂ ୟୁଏସବି ପୋର୍ଟ ଟାଇପ୍-ସି ଭଳି ଫିଚର ପ୍ରଦାନ କରିଛି। ଏହା ବ୍ୟତୀତ, ଏହି ଫୋନରେ ୬୫ ୱାଟର ସୁପରଫାଷ୍ଟ ଚାର୍ଜିଂର ସୁବିଧା ରହିଛି । ଏହି ସ୍ମାର୍ଟଫୋନରରେ ୪,୦୦୦ ଏମଏଚର ବ୍ୟାଟେରୀ ଯୋଗାଇ ଦିଆଯାଇଛି ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories