କଟକ : ଡ଼ିଶାର ପୁରାତନ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଖ୍ରୀଷ୍ଟ ମହାବିଦ୍ୟାଳୟର ପରିଚାଳନା ସମିତି ତରଫରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ପାଣ୍ଠି ପାଇଁ ଏକ ଲକ୍ଷ ଟଙ୍କାର ଚେକ କଟକ ଜିଲାପାଳ ଭାବନୀ ଶଙ୍କର ଚୟନିଙ୍କୁ ପ୍ରଦାନ କରାଯାଇଛି। ଏହି ଅର୍ଥରାଶି ପ୍ରାଦନ ସମୟରେ କଲେଜ ପରିଚାଳନା ସମିତିର ସଭାପତି ଅନୁପମ ପାତ୍ର, ସମ୍ପାଦକ ବିକାଶ ଚନ୍ଦ୍ର ରାଉତ , ସଦସ୍ୟ ସୁଭାଶିଷ ସାହୁ ଓ ଚନ୍ଦନ ଦାସ ଉପସ୍ଥିତ ରହିଥିଲେ। କରୋନା ମହାମାରୀରୁ ଓଡ଼ିଶାବାସୀଙ୍କୁ ରକ୍ଷା କରିବା ପାଇଁ ଇସ୍ବରଙ୍କ ପାଖରେ ସମସ୍ତେ ପ୍ରାର୍ଥନା କରିଥିଲେ।
Popular Categories



