ସମାଜ ପୋର୍ଟାଲ ଡେସ୍କ : ସୁନ୍ଦରଗଡ଼ ଜିଲାର ବିଶ୍ରାରେ ଆଉ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯାଇଛି । ୧୬ ତାରିଖ ଦିନ ସାଢ଼େ ୧୧ଟା ପର୍ୟ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଥିବା ନେଇ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। 
ବିଶ୍ରା ବ୍ଲକରେ ଦୁଇ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ୧୨ ତାରିଖରେ ଏହାର କିଛି ଅଞ୍ଚଳକୁ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ଡରେଇକେଲା ବସ୍ଷ୍ଟପରୁ ପୁରୁଣା ମାର୍କେଟ କମ୍ପ୍ଲେକ୍ସ, ପୁରୁଣା ମାର୍କେଟ କମ୍ପ୍ଲେକ୍ସରୁ ବୁଡେଲଜୋର ରେଲେଓ୍ୱ ଅଣ୍ଡର ପ୍ୟାସେଜ୍, ବୁଡେଲଜୋର ରେଲେଓ୍ୱ ଅଣ୍ଡର ପ୍ୟାସେଜ୍ରୁ ନୟା ବସ୍ତି, ନୟା ବସ୍ତିରୁ ଭାରତ ପେଟ୍ରୋଲିୟମ୍ ଛକ, ଭାରତ ପେଟ୍ରୋଲିୟମ ଛକରୁ ଡରେଇକେଲା ବସ୍ ଷ୍ଟପ୍ ପର୍ୟ୍ୟନ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା। ଏ ଅଞ୍ଚଳରେ ସମସ୍ତ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଥିଲା। କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଆସୁଥିବା ସମସ୍ତ ବାସିନ୍ଦା ଘର ଭିତରେ ରହିବେ ବୋଲି କୁହାଯାଇଥିଲା। ଏହି ଅବଧି ଆଜି ଶେଷ ହେଉଥିବା ବେଳେ ନୂଆ ନିର୍ଦ୍ଦେଶ ପ୍ରକାରେ ଏହା ଆହୁରି ୪୮ ଘଣ୍ଟା ପାଇଁ ରହିବ।



