www.samajalive.in
Saturday, December 6, 2025
26.1 C
Bhubaneswar

ଏକଦା ଥିଲେ ମାଓବାଦୀ, ଏବେ କରୋନା ଯୁଦ୍ଧର ଯୋଦ୍ଧା

ରାୟପୁର: ମାଡକମ୍‌ ଲାଖା। ବୟସ ୩୮ ବର୍ଷ। ଦିନ ଥିଲା ସେ ମାଓବାଦୀ ସଂଗଠନରେ ସକ୍ରିୟ ଥିଲେ। ୨୧ ବର୍ଷ ଧରି ମାଓବାଦୀଙ୍କ ନୀତି ଆଦର୍ଶ ଦ୍ବାରା ପରିଚାଳିତ ହୋଇ ସମାଜ ପ୍ରତି କ୍ଷତି ପହଞ୍ଚାଉଥିଲେ। ହେଲେ ନିଜ ଭୁଲ ବୁଝିପାରି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ସହିତ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପରେ ବଦଳି ଯାଇଛି ତାଙ୍କ ବିଚାରଧାରା। ଦେଶ ଏବେ କରୋନା ବିରୋଧୀ ଯୁଦ୍ଧରେ ସାମିଲ ହୋଇଥିବାବେଳେ ଏକଦା ମାଓବାଦୀ ପରିଚୟରେ ଜୀବନ ବିତାଉଥିବା ଲାଖା ନିଜକୁ ଏହି ଲଢ଼େଇର ଏକ ଅଂଶ କରିଛନ୍ତି। କରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି।

୩୮ ବର୍ଷୀୟ ଲାଖା ଛତିଶଗଡ଼ର ଜାଗରଗୋଣ୍ଡା ଥାନା ଅନ୍ତର୍ଗତ ଭୀମପୂରମ ଗାଁର ବାସିନ୍ଦା। ସେ ସିପିଆଇ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ। ୨୦୧୯ ଅଗଷ୍ଟରେ ସେ ସୁକୁମା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପରେ ସମାଜର ମୁଖ୍ୟସ୍ରୋତ​‌ରେ ସାମିଲ ହେବାକୁ ଶପଥ କରଥିଲେ। ବର୍ତ୍ତମାନ କରୋନା ମହାମାରୀ ସମୟରେ ମାସ୍କର ଆବଶ୍ୟକତା ଅଧିକ ଥିବାବେଳେ ବଜାରରେ ଏହା ଉପଲବ୍ଧ ହେଉ ନ ଥିବା ସେ ଜାଣିବାକୁ ପାଇଥିଲେ। ଗରିବ ଲୋକମାନେ ବଜାରରୁ ଚଢ଼ା ଦରରେ ମିଳୁଥିବା ମାସ୍କ କିଣିବାରେ ଅସମର୍ଥ। ତେଣୁ ମାସ୍କର ଅଭାବ ମେଣ୍ଟାଇବା ଲାଗି ଉଦ୍ୟମ ଚଳାଇଛନ୍ତି ଲାଖା। ସେ ନିଜକୁ କରୋନା ଯୁଦ୍ଧ ସାମିଲ କରିଛନ୍ତି। ଏବେ ସେ ସୁକୁମା ପୁଲିସ ଲାଇନରେ ରହି ଦିନକୁ ୯୦ଟି ମାସ୍କ ତିଆରି କରୁଛନ୍ତି। ପୁଲିସ ସେହି ମାସ୍କକୁ ସ୍ଥାନୀୟ ଗରିବ ଆଦିବାସୀ ଲୋକମାନଙ୍କୁ ବାଣ୍ଟୁଛି ବୋଲି ଦକ୍ଷିଣ ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ ପାଟିଲିଙ୍ଗମ କହିଛନ୍ତି।

- Advertisement -

୧୯୯୮ରେ ଲାଖା ଜଣେ ଶିଶୁ ସଂଘମ ଭାବେ ମାଓବାଦୀ ସଂଗଠନରେ ଯୋଗଦେଇଥିଲେ। ଏହା ପରେ ସେ ମାଓବାଦୀ କମାଣ୍ଡରଙ୍କ ପୋଷାକ ତିଆରି କରୁଥିଲେ। କିନ୍ତୁ ଆତ୍ମସମର୍ପଣ ପରେ ସେ ପୁଲିସକୁ ସହାୟତା କରୁଛନ୍ତି ବୋଲି ଆଇଜି କହିଛନ୍ତି।

ଲାଖା କହିଛନ୍ତି, କରୋନା ଯୁଦ୍ଧରେ ମୋର ସାମାନ୍ୟ ଅବଦାନ ମୋତେ ବହୁତ ଆନନ୍ଦ ଦେଇଛି। ମୁଁ ସିଲେଇ କରିବା ଶିଖିଥିବାରୁ ଏହା ସ୍ଥାନୀୟ ଆଦିବାସୀମାନଙ୍କ କାମରେ ଆସୁ ବୋଲି ଚାହୁଁଥିଲି। ସୁକୁମା ଏସପି ସଲଭ ସିହ୍ନା କୁହନ୍ତି, ମାଓବାଦୀଙ୍କ ବିଷୟରେ ଲାଖାଙ୍କ ନିକଟରେ ପ୍ରଚୁର ତଥ୍ୟ ରହିଛନ୍ତି। ସେ ଆମକୁ ବହୁତ ମୂଲ୍ୟବାନ ତଥ୍ୟ ପ୍ରଦାନ କରିବା ସହିତ ସ୍ଥାନୀୟ ଆଦିବାସୀଙ୍କ ଭାଷା ବୁଝିବାରେ ସହାୟତା କରୁଛନ୍ତି।

Input: HT

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories