www.samajalive.in
Thursday, December 11, 2025
18.1 C
Bhubaneswar

ପୁଲିସ ହଟାଇଲା ଅଳିଆ

ରାୟଗଡ଼: କରୋନା ଲଢେଇରେ ପୁଲିସର ଯୋଦ୍ଧା ଭାବେ ଉଭା ହୋଇଛି। ସଚେତନତାଠାରୁ ଆରମ୍ଭ କରି ଆଇନଶୃଙ୍ଖଳା, ଅମାନିଆଙ୍କୁ ସାବାଡ କରିବା ଆଦି କାର୍ୟ୍ୟରେ ପୁଲିସ ଦିନରାତି ନିୟୋଜିତ ରହିଛନ୍ତି। ଲକଡାଇନରେ ସଭିଏଁ ଘରେ ରହୁଥିବା ବେଳେ ବାହାରେ ଏକା ପୁଲିସ ଜଗି ରହି ଯାବତୀୟ କାର୍ୟ୍ୟ ସମ୍ପାଦନ କରୁଛି। ପରିସ୍ଥିତି ଏପରି ହୋଇଛି କେତେକ ସ୍ଥାନରେ ପୁଲିସକୁ ଅଳିଆ ହଟାଇବାକୁ ମଧ୍ୟ ପଡିଛି। ଏଭଳି ଆଉ ଏକ ମହତ କାମ କରି ଲୋକଲୋଚନରେ ସାବାସୀ ସାବ୍ୟସ୍ତ ହୋଇଛନ୍ତି କରୋନା ଲଢେଇ ଯୋଦ୍ଧା ପୁଲିସ। ଗଜପତି ଜିଲା ରାୟଗଡର ବିଭିନ୍ନ ସ୍ଥାନରେ ପଡି ରହିଥିବା ଅଳିଆ ଆବର୍ଜାନକୁ ହଟାଇ ପୁଲିସ ସମଗ୍ର ସହରକୁ ସଫାସୁତରା କରି ଅନ୍ୟ ଅଞ୍ଚଳର ପୁଲିସ ପାଇଁ ବେଶ ଉଦାହରଣ ପାଲଟିଛନ୍ତି।

କରୋନା ମୁକାବିଲା ସକାଶେ ଜନସଚେତନତା ସହ ରାସ୍ତାଘାଟ ଓ ବିଭିନ୍ନ ଦପ୍ତରକୁ ସାନିଟାଇଜ କରିବାରେ ପୁଲିସ ବ୍ୟସ୍ତ । ଦୁଇଦିନ ପୂର୍ବରୁ ହୋଇଥିବା ବର୍ଷାରେ ରାୟଗଡ଼ ଗ୍ରାମର ଶିବ ମନ୍ଦିର ନିକଟ ରାସ୍ତାରେ ସହରର ଆବର୍ଜନା କୁଢ କୁଢ ହୋଇ ପଡି ରହିଥିଲା। ଦୁଇଦିନ ବିତିଯାଇଥିଲେ ମଧ୍ୟ ଅଳିଆ ସଫା କରିବାକୁ ବ୍ଲକ ପ୍ରଶାସନ କିମ୍ବା ପଞ୍ଚାୟତ ତରଫରୁ ଧ୍ୟାନ ଦିଆଯାଇନଥିଲା। କରୋନା ପ୍ରତିହତ ପାଇଁ ସଫାସୁତରାକୁ ଗୁରୁତ୍ବ ଦିଆଯାଉଥିବା ବେଳେ ସହରରେ ପଡି ରହିଥିବା ଅଳିଆ ସଂକ୍ରମଣକୁ ଆମନ୍ତ୍ରଣ ଭଳି ହୋଇଥିଲା। ଏହାକୁ ଦେଖି ରାୟଗଡ଼ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ପ୍ରଧାନ ନିଜ କର୍ମଚାରୀଙ୍କ ସହାୟତାରେ କୋଡ଼ି ଓ ଝାଡୁ ଧରି ସଫାସୁତରା କରିଛନ୍ତି। କାର୍ୟ୍ୟ ବ୍ୟସ୍ତତାରେ ମଧ୍ୟ ଶିବ ମନ୍ଦିର ସମ୍ମୁଖ ରାସ୍ତା ଓ ଡ୍ରେନରେ ଜମି ରହିଥିବା ଅଳିଆକୁ ପୁଲିସ କର୍ମଚାରୀମାନେ ସଫା କରିଛନ୍ତି। ଥାନା ବାବୁଙ୍କ ଏଭଳି କାର୍ୟ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories