www.samajalive.in
Friday, December 12, 2025
14.1 C
Bhubaneswar

ଯାଜପୁରରେ କୋରୋନା ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଜିଲା ପ୍ରଶାସନ କୋହଳ ମନୋଭାବ

ଯାଜପୁର: ଯାଜପୁର ଜିଲାରେ ଚିହ୍ନଟ ହୋଇଥିବା କୋରୋନା ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଜିଲା ପ୍ରଶାସନ କୋହଳ ମନୋଭାବ ପୋଷଣ କରିବାକୁ ଯାଉଛି । ଆଜି ରାତି ୮ଟାରୁ ବ୍ରହ୍ମବରଦା ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନର ଅବଧି ସରିବା ପରେ ସେଠାରେ ଲକଡାଉନ ନିୟମ କାର୍ଯ୍ୟକାରି ହେବ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ବ୍ୟକ୍ତି ଜଣଙ୍କ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ତାଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖା ଯାଇଛି ।

ଆସନ୍ତାକାଲି ଠାରୁ ଜିଲାରେ ରହିଥିବା ସମସ୍ତ ବିଦ୍ୟୁତ୍ ସମଗ୍ରୀ ଦୋକାନ, ବହି ଦୋକାନ, ସାଇକେଲ ମରାମତି ଦୋକାନ, ଗ୍ୟାରେଜ, ଓମଫେଡ ଷ୍ଟଲ ଏବଂ ଦୁଗ୍ଧଜାତ ସମଗ୍ରୀ ଦୋକାନ ସକାଳ ୬ରୁ ଦିନ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ଏଥିସହ ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଥିବାରୁ ଏହାର ଚାହିଦା ମେଣ୍ଟାଇବା ପାଇଁ ଜିଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ସୁଲଭ ମୁଲ୍ୟରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories