www.samajalive.in
Saturday, December 6, 2025
16.1 C
Bhubaneswar

ଦେଶରେ ୨୦୦ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ, ୧୨ଟି ଘରୋଇ ହସ୍ପିଟାଲ ସିଲ୍

ନୂଆଦିଲ୍ଲୀ ; ସମଗ୍ର ଦେଶର ଡାକ୍ତର ଏବଂ ମେଡିକାଲ କର୍ମଚାରୀମାନେ ମହାମାରୀ କରୋନା ସହ ଯୁଦ୍ଧ ଜାରି ରଖିଛନ୍ତି। କରୋନା ରୋଗୀଙ୍କ ସେବା କରି ସେମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ସାରା ଦେଶରେ କରୋନାରେ ସଂକ୍ରମିତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ସଂଖ୍ୟାଙ୍କ ୨୦୦କୁ ବୃଦ୍ଧି ପାଇଥିବାବେଳେ ୧୨ଟି ଘରୋଇ ଡାକ୍ତରଖାନାକୁ ସିଲ୍ କରାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇ ଡାକ୍ତରଖାନାରେ ଅତି କମରେ ୯୦ ଜଣ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ କୋଭିଡ-୧୯ ପଜିଟିଭ ଥିବା ଜଣାପଡିଛି। ଏହି ମହାମାରୀର ମୁକାବିଲା କରୁଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଉପରେ ଏବେ ପ୍ରଶ୍ନ ଉଠିଛି। ମୁମ୍ବାଇରେ ୧୫୦୦ ଶଯ୍ୟା ବିଶିଷ୍ଟ ଆଠଟି ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ସିଲ୍ କରାଯାଇଛି।

ଗୁରୁବାର ମଧ୍ୟପ୍ରଦେଶର କରୋନା ପ୍ରଭାବିତ ଇନ୍ଦୋରରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଦିଲ୍ଲୀରେ ମଧ୍ୟ ଜଣେ ଡକ୍ତରଙ୍କ ମୃତ୍ୟୁ ହୋଇଥିଲେ। ବିଦେଶରେ ମଧ୍ୟ ଦୁଇ ଜଣ ଭାରତୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଛି।

- Advertisement -

ରାଜସ୍ଥାନର ଜୟପୁରର ସୁରଜପୋଲ ଅଞ୍ଚଳରେ ଡାକ୍ତରୀ କର୍ମଚାରୀ କରୋନା ଚିହ୍ନଟ ହେବା ପରେ ଗୁରୁବାର ଏକ ଛୋଟ ଘରୋଇ ଡାକ୍ତରଖାନାକୁ ସିଲ୍ କରାଯାଇଛି। ଅଧିକାରୀ କହିଛନ୍ତି ଯେ ରାଜ୍ୟରେ କରୋନା ଜୀବାଣୁ ସଂକ୍ରମିତ ମୋଟ ଡାକ୍ତରୀ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୫୦କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ କେତେକ ସୁସ୍ଥ ହୋଇଯାଇଛନ୍ତି। ଏହାପୂର୍ବରୁ ତିନିଜଣ ଡାକ୍ତର ଏବଂ ୧୪ ଜଣ ମେଡିକାଲ କର୍ମଚାରୀଙ୍କ ମଧ୍ୟରେ କୋଭିଡ -୧୯ ଚିହ୍ନଟ ହେବା ପରେ ଭିଲୱାରାର ଏକ ଘରୋଇ ଡାକ୍ତରଖାନାକୁ ସିଲ୍ କରାଯାଇଥିଲା।

ହରିୟାଣାର ପଞ୍ଚକୁଲାର ଏକ ସାଧାରଣ ଡାକ୍ତରଖାନାର ଜଣେ ନର୍ସ, ଗୁରୁଗ୍ରାମର ସିଭିଲ୍ ହସ୍ପିଟାଲର ମାଇକ୍ରୋବିଓଲୋଜିଷ୍ଟ୍ ଏବଂ ଫରିଦାବାଦର ମ୍ୟାଲେରିଆ କର୍ମଚାରୀ କରୋନା ପଜିଟିଭ୍ ଥିବା ଜଣାପଡିଛି। ସତର୍କତା ଅନୁଯାୟୀ ଏହି ଡାକ୍ତରଖାନାଗୁଡ଼ିକର କିଛି ପ୍ରମୁଖ ଅଂଶ ବନ୍ଦ ହୋଇଛି।

ଉତ୍ତରପ୍ରଦେଶର ଲକ୍ଷୌରର କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିରେ ଜଣେ ଡାକ୍ତର ସଂକ୍ରମିତ ହୋଇଥିବା ଜଣାପଡିଛି। ପଶ୍ଚିମବଙ୍ଗର ହାଓ୍ବଡା ଜିଲ୍ଲାର ଡାକ୍ତରଖାନା ଅଧୀକ୍ଷକ କରୋନା ପଜିଟିଭ୍ ଥିବା ବୁଧବାର ରାତିରେ ଜଣାପଡିଛି। ସେହି ଡାକ୍ତରଖାନାରେ ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲେ।

ସମସ୍ତ ଡାକ୍ତରୀ କର୍ମଚାରୀ ଆୟୁଷ୍ମାନ ଭାରତ ଯୋଜନାରେ ଯୋଗ ଦେଇଥିଲେ। କରୋନା ଭାଇରସ ରୋଗରେ ମୃତ୍ୟୁବରଣ କରିଥିବା ଡାକ୍ତରୀ କର୍ମଚାରୀଙ୍କ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କ୍ଷତିପୂରଣ ଘୋଷଣା କରିଛନ୍ତି। ଅନ୍ୟ କେତେକ ରାଜ୍ୟ ସରକାର ମଧ୍ୟ କ୍ଷତିପୂରଣ ଘୋଷଣା କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories