www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଚିକିତ୍ସାରେ ପ୍ଲାଜମା ଥେରାପି ବ୍ୟବହାର ପାଇଁ ପ୍ରସ୍ତୁତି ଆରମ୍ଭ

ସମାଜ ପୋର୍ଟାଲ ଡେସ୍କ: କେରଳର ଶ୍ରୀ ଚିତ୍ର ତିରୁନାଲ ଚିକିତ୍ସା ବିଜ୍ଞାନ ଓ ବୈଷୟିକ ଜ୍ଞାନ ପ୍ରତିଷ୍ଠାନ କୋଭିଡ୍‍-୧୯ ସଂକ୍ରମିତ ଲୋକମାନଙ୍କର ଚିକିତ୍ସା ପାଇଁ ଏକ ଅଭିନବ ଚିକିତ୍ସା ଯୋଗାଇବାକୁ ଅନୁମତି ପାଇଛି। ତିରୁବନନ୍ତପୁରମ ଭିତ୍ତିକ ଏହି ଅନୁଷ୍ଠାନ ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ଅଧୀନରେ ଜାତୀୟ ସ୍ତରର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। convalescent-plasma therapy ନାମକ ଏହି ଚିକିତ୍ସା ବ୍ୟବସ୍ଥା ସଂକ୍ରମଣରୁ ସୁସ୍ଥ ହୋଇଥିବା ଜଣେ ବ୍ୟକ୍ତିଙ୍କ ଶରୀରର ପ୍ରତିରୋଧକ ଶକ୍ତିର ବ୍ୟବହାର କରି ଅନ୍ୟ ଜଣେ ସଂକ୍ରମିତ ଲୋକଙ୍କର ଚିକିତ୍ସା କରିବାକୁ ଲକ୍ଷ୍ୟ ରଖିଛି।

ଆଇ.ସି.ଏମ୍‍.ଆର୍‍. ଏହି ନୂଆ ଚିକିତ୍ସା ପଦ୍ଧତିକୁ ଅବଲମ୍ବନ କରିବା ପାଇଁ ସେହି ଅନୁଷ୍ଠାନକୁ ଅନୁମତି ପ୍ରଦାନ କରିଛି। ଏହି ଚିକିତ୍ସା ପଦ୍ଧତିରେ
ସଂକ୍ରମଣରୁ ସୁସ୍ଥ ହୋଇଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ପ୍ରତିରୋଧକ ଶକ୍ତିକୁ ନେଇ ଅନ୍ୟ ଜଣେ ସଂକ୍ରମିତ ଲୋକଙ୍କ ଶରୀରରେ ପ୍ରବେଶ କରାଯିବ। ଏହି ପ୍ରତିରୋଧକ ଶକ୍ତି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିବା ପରେ ଭୂତାଣୁ ସଂକ୍ରମଣକୁ ରୋକିବାରେ ତାଙ୍କ ଶରୀରର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories