www.samajalive.in
Sunday, December 14, 2025
23.1 C
Bhubaneswar

ମହାରାଷ୍ଟ୍ରରେ ଏପ୍ରିଲ ୩୦ ଯାଏଁ ବଢିଲା ଲକଡାଉନ୍, ବିଜେପି କାଉନସିଲରଙ୍କ ସମେତ ୧୧ ଗିରଫ

ମୁମ୍ବାଇ : ମହାରାଷ୍ଟ୍ରରେ ଲକଡାଉନର ଅବଧିକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ପଞ୍ଜାବ, ଓଡିଶା ଏବଂ ରାଜସ୍ଥାନରେ ମଧ୍ୟ ଏହି ନିଷ୍ପତ୍ତି ନିଆଯାଇ ସାରିଛି। ଏହି ନିଷ୍ପତ୍ତି ନେବାରେ ମହାରାଷ୍ଟ୍ର ହେଉଛି ଚତୁର୍ଥ ରାଜ୍ୟ।

ଏହି ସମୟରେ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ପାନଭେଲରେ ଗୋଟିଏ ସ୍ଥାନରେ ଏକାଠି ହୋଇଥିବା ବିଜେପି କାଉନସିଲରଙ୍କ ସମେତ ୧୧ ଜଣଙ୍କୁ ଅଟକ ରଖାଯାଇଛି। ପୁଲିସ ସୂଚନାନୁସାରେ ଏହି ଘଟଣା ଶୁକ୍ରବାର ରାତିରେ ଘଟିଛି। ପୋଲିସ କହିଛି ଯେ, ପାନଭେଲ ମ୍ୟୁନିସିପାଲ କର୍ପୋରେସନର ବିଜେପି କାଉନସିଲର ଅଜୟ ବାହିରାଙ୍କ ବଙ୍ଗଳାର ଛାତ ଉପରେ ଜନ୍ମଦିନ ପାଳନ କରାଯାଉଥିଲା। ପୁଲିସ ପହଞ୍ଚି ସମସ୍ତଙ୍କୁ ଅଟକ ରଖିଛି।

- Advertisement -

ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୨୧୦ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ରରେ କରୋନା  ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୫୭୪କୁ ବୃଦ୍ଧି ପାଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories