www.samajalive.in
Friday, December 12, 2025
26.1 C
Bhubaneswar

କରୋନା ଅପଡେଟ: ଦେଶରେ ୭୪୪୭ ସଂକ୍ରମିତ, ୬୪୩ ସୁସ୍ଥ

ସମାଜ ପୋର୍ଟାଲ ଡେସ୍କ: ଦେଶରେ ଗତ ୨୪ ଘଣ୍ଟା ଭିତରେ ଆଉ ୪୦ ଜଣ ସକ୍ରମିତ ଲୋକଙ୍କ ମୃତ୍ୟୁ ଘଟିବା ସହ ୧ ହଜାର ୩୫ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାର ପରୀକ୍ଷାରୁ ଜଣାପଡ଼ିଛି। ଏଥିସହିତ କରୋନା ଭୂତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭ ହଜାର ୪୪୭ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଏପର୍ଯ୍ୟନ୍ତ ୬୪୩ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବା ପରେ ସେମାନଙ୍କୁ ହସ୍ପିଟାଲ୍‍ରୁ ଛାଡ଼ି ଦିଆଯାଇଛି। ଗତ ୨୪ ଘଣ୍ଟା ଭିତରେ ୪୦ ଜଣ ଲୋକଙ୍କର ମୃତ୍ୟୁ ଘଟିବା ପରେ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୨୩୯ରେ ପହଞ୍ଚିଛି।

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛନ୍ତି, ଏପର୍ଯ୍ୟନ୍ତ ୧ ଲକ୍ଷ ୬୧ ହଜାର ୩୩୦ଟି ନମୁନାର ପରୀକ୍ଷା କରାଯାଇଛି। ତାହା ମଧ୍ୟରୁ ଗତକାଲି ୧୫ ହଜାର ୬୩୩ଟି ନମୁନାର ପରୀକ୍ଷା କରାଯାଇଛି। ଆଇ.ସି.ଏମ୍‍.ଆର୍‍. ଏହାର ପରୀକ୍ଷାଗାରଗୁଡ଼ିକରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ୧୪୬ଟି ପରୀକ୍ଷାଗାର ଓ ୩ଟି ନମୁନା ସଂଗ୍ରହ କେନ୍ଦ୍ରକୁ ଅନୁମୋଦନ କରିଛି। ଏହାବ୍ୟତୀତ ୬୭ଟି ବେସରକାରୀ ପରୀକ୍ଷାଗାରକୁ କୋଭିଡ଼୍‍-୧୯ ଭୂତାଣୁ ପରୀକ୍ଷାପାଇଁ ଅନୁମତି ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ୨୦ ଲକ୍ଷରୁ ଅଧିକ ଏନ-୯୫ ମାସ୍କ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଇଛି। ଆହୁରି ଅଧିକ ମାସ୍କ ସଂଗ୍ରହପାଇଁ ପଦକ୍ଷେପ ନିଆଯାଇଛି। ମନ୍ତ୍ରଣାଳୟ କହିଛି, ୪୯ ହଜାର ଭେଣ୍ଟିଲେଟର୍‍ କ୍ରୟ କରାଯିବାପାଇଁ ଅର୍ଡ଼ର ଦିଆଯାଇଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories