www.samajalive.in
Friday, December 12, 2025
26.1 C
Bhubaneswar

ଆସନ୍ତା ୨୫ ଯାଏଁ ଛୁଟି ବଢ଼ାଇଲେ ବାଂଲାଦେଶ ସରକାର

ସମାଜ ପୋର୍ଟାଲ ଡେସ୍କ: ବାଂଲାଦେଶ ସରକାର ଦେଶରେ ଲାଗୁ ହୋଇଥିବା ଛୁଟିକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ପୂର୍ବରୁ ବାଂଲାଦେଶ ସରକାର ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ପ୍ରତିଷ୍ଠାନଗୁଡ଼ିକରେ ଛୁଟି ଘୋଷଣା କରିଥିଲେ। ଗତକାଲି ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ବାଂଲାଦେଶ ସାଧାରଣ ପ୍ରଶାସନ ମନ୍ତ୍ରଣାଳୟ କହିଛି, ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ। ସେଗୁଡିକ ମଧ୍ୟରେ ଜଳଯୋଗାଣ, ବିଦ୍ୟୁତ୍‍ ଯୋଗାଣ, ଗ୍ୟାସ୍‍, ଅଗ୍ନିଶମ ସେବା, ଟେଲିଫୋନ୍‍ ସେବା ଓ ହସ୍ପିଟାଲ୍‍ ଅନ୍ତର୍ଭୁକ୍ତ।

ମନ୍ତ୍ରଣାଳୟରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ସନ୍ଧ୍ୟା ୬ଟା ପରଠାରୁ ଲୋକମାନଙ୍କର ଚଳପ୍ରଚଳ ଉପରେ ନିଷେଧାଜ୍ଞା ଲାଗୁ କରାଯାଇଛି। ଯେଉଁ ଲୋକମାନେ ଏହି ନିୟମର ଲଙ୍ଘନ କରିବେ, ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ। ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ଛୁଟି ସମୟରେ ସେମାନଙ୍କ କର୍ମସ୍ଥଳୀରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କଟକଣାରୁ କୃଷିଜାତ ପଦାର୍ଥ, ସାର, ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ପଦାର୍ଥର ପରିବହନକୁ ଛାଡ଼ କରାଯାଇଛି।

- Advertisement -

ଗତ ୩ ଦିନ ମଧ୍ୟରେ ବାଂଲାଦେଶରେ କରୋନା ଭୂତାଣୁ ସଂକ୍ରମଣ ଲୋକମାନଙ୍କ ସଂଖ୍ୟା ଅତିମାତ୍ରାରେ ବୃଦ୍ଧି ପାଇଥିବାର ଖବର ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ଆଉ ୯୪ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ବାଂଲାଦେଶରେ କରୋନା ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚିଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories