www.samajalive.in
Friday, December 12, 2025
23.1 C
Bhubaneswar

ଭଗବତୀ ଓ ସାରଳା ପୀଠରେ ଲାଗୁହେଲା ୧୪୪ ଧାରା

ଜଗତସିଂହପୁର: କରୋନ ମହାମାରୀ ପାଇଁ ସମଗ୍ର ଦେଶ ତଥା ରାଜ୍ୟ ଲକ୍ ଡାଉନ ହୋଇ ରହିଛି। ଏହାରି ମଧ୍ୟରେ ଆଉ ମାତ୍ର ଗୋଟିଏ ଦିନ ପରେ ପଢୁଛି ମହାବିଷୁବ ସଂକ୍ରାନ୍ତି । ଏହି ସଂକ୍ରାନ୍ତିରେ ଜଗତସିଂପୁରର ଦୁଇ ପ୍ରସିଦ୍ଧ ଶକ୍ତିପୀଠରେ ଜନ ସମାଗମକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ତିର୍ତ୍ତୋଲ ଥାନା ଅଞ୍ଚଳ ଝଙ୍କଡ଼ ମା’ ଶାରଳା ପୀଠ ସହିତ ବାଲିକୁଦା ଥାନା ପରାହାଟ ଭଗବତୀ ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ପଣା ସଂକ୍ରାନ୍ତି ଝାମୁ ଯାତ୍ରା ଅବସରରେ ଲୋକେ ଯେପରି ଏହି ଦୁଇ ସ୍ଥାନରେ ଏକତ୍ରିତ ନହୋଇପାରିବେ, ସେଥିପାଇଁ ଏହି ଧାରା ଜାରି କରାଯାଇଛି। ଆସନ୍ତାକାଲି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ- ୩ ଦିନ ପାଇଁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜାରି କରାଯାଇଥିବା ଏହି ନିର୍ଦ୍ଦେଶରେ ଏହି ଦୁଇ ଅଞ୍ଚଳରେ ଗୋଟିଏ ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକତ୍ର ନହେବାକୁ କୁହାଯାଇଛି। ଏହାକୁ କଡ଼ାକଡ଼ି ପାଳନ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories