www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା ମୁକାବିଲା ସମୟରେ ମହିଳାଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଉ: ଜାତିସଂଘ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁର ମୁକାବିଲା ଲାଗି ବିଭିନ୍ନ ଦେଶର ସରକାର ନିଜର ପ୍ରୟାସ ଜାରି ରଖିଥିବାବେଳେ ଏହି ସମୟରେ ମହିଳା ଓ ଝିଅମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଉ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି।

ସେ ଆଶଙ୍କା କରି କହିଛନ୍ତି, ଲିଙ୍ଗଗତ ସମାନତା ଏବଂ ମହିଳାମାନଙ୍କ ଅଧିକାରଗୁଡ଼ିକର ରକ୍ଷା କରିବା ଦିଗରେ ଗତ କିଛି ଦଶନ୍ଧି ହେବ ଯେଉଁ ଅଳ୍ପବହୁତ ପ୍ରଗତି ଘଟିଛି, ତାହା ଏହି ମହାମାରୀ କାରଣରୁ ବିପଦରେ ପଡ଼ିଛି। ତେଣୁ ମୁଁ ସରକାରମାନଙ୍କୁ ଅନୁରୋଧ କରୁଛି ଯେ, ସରକାରମାନେ ଯେଉଁ ପଦକ୍ଷେପ ନେଉଛନ୍ତି ସେସବୁ ମହିଳାମାନଙ୍କୁ ଦୃଷ୍ଟିରେ ରଖି ନିଅନ୍ତୁ। କ୍ୟାଶ୍‌ ଟ୍ରାନ୍ସଫରଠାରୁ ଆରମ୍ଭ କରି କ୍ରେଡିଟ ଏବଂ ଲୋନ ପର୍ଯ୍ୟନ୍ତ, ଅର୍ଥବ୍ୟବସ୍ଥାକୁ ରକ୍ଷା କରିବା ଏବଂ ପ୍ରୋତ୍ସାହିତ କରିବାର ଉପାୟ, ସେସବୁ ମହିଳାମାନଙ୍କୁ ଲକ୍ଷ୍ୟରେ ରଖି ହେବା ଉଚିତ। ଏହି ନୂଆ ରୋଗ କିପରି ପୂର୍ବରୁ ରହିଥିବା ଅସମାନତାଗୁଡ଼ିକୁ ଆହୁରି ଗଭୀର କରୁଛି, ଯେଉଁଥିରେ ମହିଳା ଓ ଝିଅମାନଙ୍କ ଜୀବନ ପ୍ରଭାବିତ ହେଉଛି ସେ ନେଇ ଜାତିସଂଘ ମହାସଚିବ ବିଭିନ୍ନ ଦେଶର ସରକାରଙ୍କୁ ଚେତାଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories