www.samajalive.in
Friday, December 12, 2025
23.1 C
Bhubaneswar

ପାକିସ୍ତାନୀ ଲଞ୍ଚ ପ୍ୟାଡ଼ ଧ୍ବଂସ କଲା ଭାରତୀୟ ସେନା – ୫ ପାକିସ୍ତାନୀ ଯବାନ ମୃତ

ସମାଜ ପୋର୍ଟାଲ ଡେସ୍କ: ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ପାକିସ୍ତାନକୁ ମହଙ୍ଗା ପଡିଛି। ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର କିରଣ ସେକ୍ଟର ନିଲାମ ଘାଟିରେ ଭାରତୀୟ ସେନା ଆକ୍ରମଣରେ ପାଞ୍ଚ ଜଣ ପାକିସ୍ତାନୀ ଯବାନ ନିହତ ହୋଇଛନ୍ତି। ଏହି ଆକ୍ରମଣରେ ଅନେକ ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହା ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ। ପାକିସ୍ତାନୀ ସେନା ବ୍ରିଗେଡ୍ ମୁଖ୍ୟାଳୟରେ ବହୁ କ୍ଷୟକ୍ଷତି ସହ ଆୟୁଧ ଡିପୋ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଖବର ମିଳିଛି। ଏହା ବ୍ୟତୀତ ପାକିସ୍ତାନର ଏକ ଲଞ୍ଚ ପ୍ୟାଡ୍ ମଧ୍ୟ ଭାରତୀୟ ସେନା ଦ୍ୱାରା ନଷ୍ଟ ହୋଇଛି। ପାକିସ୍ତାନୀ ସେନା ଏହି ଆକ୍ରମଣ ପୂର୍ବରୁ ବାଲାକୋଟ ଏବଂ ମେଂଢର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ନିୟନ୍ତ୍ରଣ ରେଖା ନିକଟରେ ଥିବା ନୀଲମ ଘାଟିର ଦୁଧାନିଆଲ ଏବଂ ଥେଜିଆନ ଅଞ୍ଚଳରେ ପାକିସ୍ତାନୀ ସେନାର ଏକ ଦଳ ଅଗ୍ରସର ହେଉଥିବା ସେଠାରେ କାର୍ଯ୍ୟରତ ଭାରତୀୟ ସେନା ଦେଖିଥିଲେ। ଏହାକୁ ଭିତ୍ତି କରି ସେମାନେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ଜଣାପଡିଥିଲା। ପରେ ସମସ୍ତ ସେନା ପୋଷ୍ଟଗୁଡିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପାକିସ୍ତାନୀ ସେନା ଅପରାହ୍ନ ୧୨:୩୦ରେ ଭାରତୀୟ ପୋଷ୍ଟ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲା। ପରେ ଭାରତୀୟ ସେନା ଏହାର ଜବାବ ଦେଇଥିଲା। ଏହି ଆକ୍ରମଣର ଏକ ଭିଡିଓ ଭାରତୀୟ ସେନା ଜାରି କରିଛି। ଦେଖନ୍ତୁ ଭିଡିଓ –

- Advertisement -

ଚଳିତ ବର୍ଷ ଏପର୍ଯ୍ୟନ୍ତ ପାକିସ୍ତାନ ୧୨୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ମାର୍ଚ୍ଚ ଠାରୁ ପାକିସ୍ତାନ ଜାମ୍ମୁ କାଶ୍ମୀରରେ ୪୫୦ ଥର ଗୁଳି ବର୍ଷଣ କରିଥିବା ବେଳେ ଏପ୍ରିଲ ପ୍ରଥମ ସପ୍ତାହରେ ପାକିସ୍ତାନ ୫୫ ଥର ଗୁଳି ଚଳାଇଛି। ଏଥି ସହିତ ଜାନୁଆରୀରେ ୩୬୭ ଥର ଓ ଫେବୃଆରୀରେ ୩୬୬ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories