ଆପଣାନ୍ତୁ ଏହି ଉପାୟ, ଅଭାବ ଦୂର ହେବ
ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି ଉପାୟ କୁହାଯାଇଛି ଯାହାକୁ କରିବା ଦ୍ୱାରା ଆପଣଙ୍କ ଅଭାବ ଦୂର ହେବା ସହ ମା’ ଲକ୍ଷ୍ମୀ ଅପାଣଙ୍କ ଉପରେ ପସନ୍ନ ହେବେ ଏବଂ ସବୁବେଳେ ଆପଣଙ୍କ ପାଖରେ ରହିବେ। ପ୍ରାୟ ଲୋକମାନେ କୁହନ୍ତି ଯେତେ ରୋଜଗାର କଲେ ଅଣ୍ଟୁନି କି ପାଉନି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁଣ୍ଡଳୀରେ ଦୋଷ ରହିବା ହେତୁ ଏହିଭଳି ସମସ୍ୟା ଦେଖାଯାଇଥାଏ। ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା କରିବା ଦ୍ୱାରା ଆପଣଙ୍କର ଏହି ଭଳି ସମସ୍ୟା ଦୂର ହେବା ସହ। ଆପଣଙ୍କ ପାଖରେ କେବେବି ଅର୍ଥାଭାବ ଦେଖାଦେବନି।
ପ୍ରତିଦିନ ସକାଳୁ ଉଠିବାକୁ ଚେଷ୍ଟା କରନ୍ତୁ। ସକାଳୁ ଉଠି ଦୁଇହାତକୁ ଯୋଡି ଭଗବାନଙ୍କୁ ସ୍ମରଣ କରନ୍ତୁ। ଦେଖିବେ ଏହା କରିବା ଦ୍ୱାରା ଆପଣଙ୍କର ଆଉ କୈାଣସି ଅଭାବ ରହିବନାହିଁ।
ଭଗବାନ ବିଷ୍ଣୁଙ୍କର ତୁଳସୀରେ ଭାରି ଶରଧା। ପ୍ରତିଦିନ ତୁଳସୀକୁ ପୂଜା କରନ୍ତୁ ସକାଳୁ ଏବଂ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜାଳନ୍ତୁ। ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ।
ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ, ଏହା କରିବା ଦ୍ୱାରା ଆପଣଙ୍କ ମାନସମ୍ମାନ ବୃଦ୍ଧି ହେବା ସହ ଆପଣଙ୍କ ଅର୍ଥାଭାବ ଦୂରହେବ।
ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ଠାକୁରଘରେ ଘିଅ ଦୀପ ଜାଳନ୍ତୁ ଏବଂ ପବିତ୍ର ଗଙ୍ଗାଜଳରେ ଘର ଚାରିପାଖ ଛିଞ୍ଚନ କରନ୍ତୁ।
ପ୍ରତି ସପ୍ତାହର ଶନିବାର ଏବଂ ରବିବାର ଶନି ଏବଂ ହନୁମାନଙ୍କପାଖରେ ତେଲ ଦୀପ ଜାଳନ୍ତୁ ଏବଂ ଗରିବ ମାନଙ୍କୁ ଦାନ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ବିଭିନ୍ନ ସମସ୍ୟା ଦୂର ହେବ।