ନୂଆଦିଲ୍ଲୀ: କରୋନା ଯୋଗୁଁ ସାରା ବିଶ୍ବରେ ସୃଷ୍ଟି ହୋଇଛି ଆର୍ଥିକ ଅସ୍ଥିରତା । ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । କରୋନା ପ୍ରଭାବର ମୁକାବିଲା ନିମନ୍ତେ ବିଭିନ୍ନ ଆର୍ଥିକ କଟକଣା ଲାଗୁ କରାଯାଇଛି । ଏପରିକି ସାଂସଦଙ୍କ ଭତ୍ତା, ଦରମା ଆଦି ହ୍ରାସ କରାଯାଇଛି । ହାତପାଣ୍ଠି ବନ୍ଦ କରାଯାଇଛି । ପୂର୍ବରୁ କେନ୍ଦ୍ର ସରକାର ବିଭିନ୍ନ ସଞ୍ଚୟ ଯୋଜନା ଓ ଇପିଏଫ୍ ସୁଧହାର ହ୍ରାସ କରିଥିଲେ । ଏବେ ଜିପିଏଫ୍ ସୁଧହାର ହ୍ରାସ କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଜିପିଏଫ୍ ସୁଧହାର ୭.୯% ଥିବାବେଳେ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସିକ (ଏପ୍ରିଲ-ଜୁନ୍) ନିମନ୍ତେ ତାହାକୁ ୭.୧%କୁ ହ୍ରାସ କରାଯାଇଛି। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ୨୦୦୩ ଏପ୍ରିଲ ୧ ତାରିଖ କିମ୍ବା ଏହା ପୂର୍ବରୁ କାର୍ଯ୍ୟରେ ଯୋଗଦାନ କରିଥିଲେ ସେମାନେ ଜିପିଏଫରେ ସାମିଲ ହୋଇ ପାରୁଥିଲେ ।
Popular Categories



