www.samajalive.in
Thursday, December 11, 2025
18.1 C
Bhubaneswar

କରୋନା ପାଇଁ ପ୍ୟାରିସ୍‌‌ରେ ନୂଆ ନିୟମ

ଫ୍ରାନ୍ସର ଅନ୍ୟତମ ପ୍ରମୁଖ ସ୍ଥଳ ଭାବେ ଜଣାଯାଉଥିବା ପ୍ୟାରିସ୍‌ ସହର ମଧ୍ୟ କରୋନା କବଳରୁ ବର୍ତ୍ତିନାହିଁ। ପର୍ଯ୍ୟଟକଙ୍କର ପ୍ରିୟ ପ୍ୟାରିସ୍ ଆଜି ଜନଶୂନ୍ୟ ହୋଇଯାଇଛି। ଲୋକେ କାଁଭାଁ ଘରୁ ବାହାରୁଛନ୍ତି, ତେବେ ଅନ୍ୟ ପ୍ରାନ୍ତ ତୁଳନାରେ ପ୍ୟାରିସ୍ ଲୋକ ନିଜ ସ୍ବାସ୍ଥ୍ୟ ସଚେତନତାକୁ ନେଇ ଖୁବ୍ ସତର୍କ। ଏଣୁ ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ସେମାନେ ଘର ବାହାରକୁ ଆସି ବ୍ୟାୟମ କରନ୍ତି। ଏଇ ଲକ୍-ଡାଉନ୍ ସମୟରେ ମଧ୍ୟ ସେଠା ଲୋକେ ମାସ୍କ, ଗ୍ଲୋଭସ୍‌ ପିନ୍ଧି ରାସ୍ତାରେ ପ୍ରାତଃ, ସାନ୍ଧ୍ୟ ଭ୍ରମଣ ସହ ପାର୍କରେ ବ୍ୟାୟାମ କରୁଥିଲେ। ସେମାନେ ସାମଜିକ ଦୂରତାରେ କୌଣସି ଅବହେଳା କରୁନଥିବାର ଦେଖାଯାଇଥିଲା। ଏହା ସତ୍ତ୍ବେ ସେଠା ପ୍ରଶାସନ ଏବେ ଘର ବାହାରେ ବ୍ୟାୟାମ ନେଇ କଡ଼ା ନିୟମ ପ୍ରଣୟନ କରିଛନ୍ତି। ଯାହାକୁ ନେଇ ଅଧିକାଂଶ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଶାସନ ମୁଖ୍ୟଙ୍କ ବାର୍ତ୍ତା ଅନୁସାରେ, ଆପଣ ଘର ବାଲକୋନିକୁ ମଧ୍ୟ ଆସନ୍ତୁନାହିଁ। ବରଂ ଘର ଭିତରେ ରହି ବ୍ୟାୟାମ, ଯୋଗ କରିପାରିବେ। ଲୋକେ କିନ୍ତୁ ଲକ୍-ଡାଉନ୍‌ରେ ଅତିଷ୍ଠ ହୋଇଗଲେଣି। ଏଣୁ ପ୍ରାତଃ ଭ୍ରମଣ ସମୟରେ କିଛି ସମୟ ବାହାରର ସ୍ଥିତିକୁ ଦେଖୁଥିଲେ। ବର୍ତ୍ତମାନ ସମୟରେ କରୋନା କବଳରୁ ରକ୍ଷା ପାଇବାକୁ ହେଲେ ଘର ହିଁ ସବୁଠୁ ସୁରକ୍ଷିତ ସ୍ଥାନ ବୋଲି ପ୍ରଶାସନ ମୁଖ୍ୟ କଡ଼ା ନିର୍ଦେଶ ଦେଇଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories