www.samajalive.in
Sunday, December 14, 2025
19.1 C
Bhubaneswar

କ୍ରମାଗତ ତୃତୀୟ ଥର ପାଇଁ ବେଜୋସ୍ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି, ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ସ୍ଥାନ କେତେ

ନୂଆଦିଲ୍ଲୀ : ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସ୍ କ୍ରମାଗତ ତୃତୀୟ ଥର ପାଇଁ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଶୀର୍ଷରେ ରହିଛନ୍ତି। ଫୋର୍ବସ୍ ବିଶ୍ୱର ଧନୀ ଲୋକଙ୍କ ୩୪ ତମ ବାର୍ଷିକ ତାଲିକା ପ୍ରକାଶ କରିଛି। ଏହି ତାଲିକା ଅନୁଯାୟୀ, ଜେଫ୍ ବେଜୋସଙ୍କର ମୋଟ ସମ୍ପତ୍ତି ୧୧୩ ବିଲିୟନ ଡ଼ଲାର।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏହି ତାଲିକାରେ ୧୭ ତମ ସ୍ଥାନରେ ରହିଛନ୍ତି। ସେ ଭାରତର ସବୁଠାରୁ ଧନୀ ବ୍ୟକ୍ତି। ତାଙ୍କର ମୋଟ ସମ୍ପତ୍ତି ହେଉଛି ୪୪.୩ ବିଲିୟନ ଡ଼ଲାର୍।

- Advertisement -

ଏହି ତାଲିକାରେ ଜେଫ୍ ବେଜୋସଙ୍କ ପୂର୍ବତନ ପତ୍ନୀ ମାକେଞ୍ଜି ବେଜୋସଙ୍କ ନାମ ମଧ୍ୟ ରହିଛି। ସେ ଏହି ତାଲିକାରେ ୨୨ତମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୩୬ ବିଲିୟନ ଡଲାର।

ଫୋର୍ବସ୍ ତାଲିକାରେ ଏହି ବର୍ଷର ଧନୀମାନଙ୍କର ସମୁଦାୟ ସମ୍ପତି ଆଠ ଟ୍ରିଲିୟନ୍ ଡଲାର। ଗତ ବର୍ଷ ତୁଳନାରେ ଏହା କମ୍। ଫୋର୍ବସ୍ ତାଲିକାରେ ଥିବା ବିଶ୍ବର ସବୁଠାରୁ ଧନୀ ସମସ୍ତ ଲୋକଙ୍କ ମୋଟ ସମ୍ପତ୍ତି ୮.୭ ଟ୍ରିଲିୟନ ଡଲାର।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories