www.samajalive.in
Saturday, December 13, 2025
26.1 C
Bhubaneswar

ଘରେ ଏହି ଜିନିଷଗୁଡ଼ିକ ପ୍ରତି ରୁହନ୍ତୁ ସାବଧାନ, ଲୁଚି ରହିପାରେ କରୋନା ଭୂତାଣୁ

କରୋନା ଭୟରେ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଉଛି। ବାହାରେ କରୋନା ସଂକ୍ରମିତ ହେବାର ଆଶଙ୍କା ସର୍ବାଧିକ। କିନ୍ତୁ ଆପଣ ଜାଣନ୍ତି କି, ଘରେ ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଠାରେ କରୋନା ଭୂତାଣୁ ଅତି ସହଜରେ ଲୁଚି ରହିପାରେ।

ଏକ ଗବେଷଣାରୁ ଜଣାପଡିଛି ଯେ, ଭୂତାଣୁ ରହିବା ପାଇଁ ଆମ ଘରେ ଅନେକ ଗୁପ୍ତ ସ୍ଥାନ ରହିଛି। ମଣିଷର କେଶଠାରୁ ପ୍ରାୟ ୯୦୦ ଗୁଣ ଅଧିକ ଭୁତାଣୁ ଘରର ଯେକୌଣସି ସ୍ଥାନରେ ରହିପାରିବେ।

- Advertisement -

-ପ୍ରତିଦିନ ବ୍ୟବହୃତ ଟାୱେଲ ଆପଣଙ୍କ ପାଇଁ ଏକ ବଡ଼ ବିପଦ ସାଜିପାରେ। ମୁହଁ, ହାତ, ପାଦ କିମ୍ବା ଶରୀରକୁ ପୋଛି ଦେଉଥିବା ଟାୱେଲରେ ସର୍ବାଧିକ ଭୂତାଣୁ ଏବଂ ଜୀବାଣୁ ଥାଏ।

-ରୋଷେଇ ଘରେ କିମ୍ବା ଅନ୍ୟ ସ୍ଥାନରେ କାମ କରିବା ସମୟରେ ହାତରେ ଗ୍ଲୋବସ୍ ପିନ୍ଧିବା ଉଚିତ୍। କିନ୍ତୁ ସେହି ଗ୍ଲୋବସ୍ ରେ ଜୀବାଣୁ ଏବଂ ଭୂତାଣୁ ଘର କରି ରହିଥାନ୍ତି। ସେଗୁଡିକ ବ୍ୟବହାର କରିବା ପରେ ସେଗୁଡିକୁ ଗରମ ପାଣି କିମ୍ବା ଭିନେଗାର ସାହାଯ୍ୟରେ ଧୋଇବା ଆବଶ୍ୟକ।

-ଯେଉଁ ତକିଆ ଉପରେ ଆପଣ ପ୍ରତିଦିନ ମୁଣ୍ଡ ଦେଇ ଶାନ୍ତିରେ ଶୋଇଥାନ୍ତି, ତାହା ମଧ୍ୟ ସୁରକ୍ଷିତ ନୁହେଁ। କାରଣରେ ତକିଆରେ ମଧ୍ୟ ଭୂତାଣୁ ଏବଂ ଜୀବାଣୁ ଲୁଚି ରହିପାରନ୍ତି। ତେଣୁ ତକିଆ ଖୋଳକୁ ନିୟମିତ ପରିବର୍ତ୍ତନ କରନ୍ତୁ ବା ଟାଣ ଖରାରେ ଶୁଖାନ୍ତୁ।

-ଘର ଭିତରେ ଥିବା ପରଦା, କାର୍ପେଟ କିମ୍ବା ମ୍ୟାଟ୍ ମଧ୍ୟ ସଂକ୍ରମଣର କାରଣ ହୋଇପାରେ। ତେଣୁ ସେଗୁଡିକୁ କିଛି ଦିନ ବ୍ୟବଧାନରେ ସଫା କରିବା ଉଚିତ୍।

-ପୋଷାକରେ ଭାଇରସ୍ ଲୁଚି ରହିପାରେ। ଯାହାକୁ ଆପଣ ପ୍ରତିଦିନ ପିନ୍ଧୁଛନ୍ତି ଏବଂ ବାହାରକୁ ପିନ୍ଧି ଯାଉଛନ୍ତି ଭଲ ଭାବରେ ଧୋଇ ଦିଅନ୍ତୁ।

-ଟିଭି କିମ୍ବା ଏସି ରିମୋଟକୁ କେତେ ଲୋକ ହାତରେ ଧରିଥାନ୍ତି। ଅନେକ ପ୍ରକାରର ଜୀବାଣୁ ସେମାନଙ୍କ ହାତରେ ଥାଏ। ତେଣୁ ସେଗୁଡିକୁ ପ୍ରତିଦିନ ସଫା କରିବା ଉଚିତ୍।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories