www.samajalive.in
Saturday, December 13, 2025
21.1 C
Bhubaneswar

କରୋନା ଯୁଦ୍ଧରେ ମଣିଷପଣିଆ

କୋଲାବନଗର/ରାୟଗଡ଼ା/ମାଲକାନଗିରି : ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଲୋକ ଲୋକଙ୍କୁ ୨୦ରୁ ୩୦ଟଙ୍କା ଦରରେ ମାସ୍କ ବିକ୍ରି କରୁଥିବାବେଳେ ଗରିବ ଆଦିବାସୀଙ୍କୁ ସଚେତନ କରିବା ସହ ମାଗଣାରେ ମାସ୍କ ବଣ୍ଟନ କରି ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଦିବ୍ୟାଙ୍ଗ । କୋରାପୁଟ ବ୍ଲକ ଅନ୍ତର୍ଗତ କୋଲାବନନଗର ଡ୍ୟାମ ସାଇଡରେ ରହୁଛନ୍ତି ଭଗବାନ ତନ୍ତି (୩୮)। ଜନ୍ମରୁ ୨ଗୋଡ଼ ପୋଲିଓ ହୋଇଥିବା ବେଳେ ଦରଜୀ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି। ସିଲେଇ ଟଙ୍କାରେ ଯାହା ରୋଜଗାର ହୁଏ, ସେଥିରେ ଘର ଚଳାଇବା ସହ ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଲାଗି ପଡ଼ିଛନ୍ତି। ସେ ଦିବ୍ୟାଙ୍ଗ ହୋଇଥିଲେ ହେଁ କରୋନା ମୁକାବିଲା ପାଇ ମାସ୍କର ଆବଶ୍ୟକତା ପଡୁଥିବା ବେଲେ ସୂତା କପଡ଼ାରେ ମାସ୍କ ତିଆରି କରି ୧୨ଦିନ ହେବ ମାଗଣାରେ ଏସବୁ ବଣ୍ଟନ କରୁଛନ୍ତି। ଏହ ମହାନ କାର୍ଯ୍ୟରେ ତାଙ୍କ ସ୍ତ୍ରୀ ସହଯୋଗ କରୁଛନ୍ତି। କପଡ଼ା ଆଣି ସିଲେଇ କରି ଆଦିବାସୀ ଅଞ୍ଚଳର ମହିଳା ପୁରୁଷଙ୍କୁ ସେ ମାସ୍କ ବାଣ୍ଟୁଛନ୍ତି।

ସେହିପରି ଆଦିବାସୀ ବହୁଳ ରାୟଗଡ଼ା ଜିଲାରେ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ ମହାମାରୀ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ରାୟଗଡ଼ା ସଦର ବ୍ଲକ ଅନ୍ତର୍ଗତ କୁଲି ଗ୍ରାମ ପଞ୍ଚାୟତ ସରପଞ୍ଚ ହରପ୍ରସାଦ ହେପ୍ରୃକା। କରୋନାର ଭୟାବହତା ସଂପର୍କରେ ଲୋକଙ୍କୁ ସତର୍କ କରିବା ଉଦେଶ୍ୟରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ପ୍ରଶଂସାର ପାତ୍ର କରିଛନ୍ତି। ତୃଣମୂଳ ସ୍ତରର ଜଣେ ଜନପ୍ରତିନିଧି ଏଭଳି ଉଲ୍ଲେଖନୀୟ କାର୍ଯ୍ୟ କରୁଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ ସାଧୁବାଦ ଜଣାଇଛନ୍ତି। ଦୁର୍ଗମ ଗାଁ ଲୋକେ ତାଲାବନ୍ଦ ସମ୍ପର୍କରେ ଅବଗତ ହୋଇ ନ ଥିବାସ୍ଥଳେ କୁଲି ପଞ୍ଚାୟତ ସରପଞ୍ଚ ନିଜ ଅଞ୍ଚଳ ଲୋକଙ୍କୁ ତାଲା ବନ୍ଦ ସମ୍ପର୍କରେ ସୂଚନା ପ୍ରଦାନ କରିବା ସକାଶେ ଓ
କରୋନା ମହାମାରୀ ରୋଗରୁ ଅଞ୍ଚଳବାସୀଙ୍କୁ ରକ୍ଷା କରିବା ଉଦେଶ୍ୟରେ ତାଙ୍କ ଟିମ୍‌ ସହିତ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି।

- Advertisement -

ଅନ୍ୟ ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଅଞ୍ଚଳରେ। ଗତ ସୋମବାର ଜଣେ ମହିଳା ଏସ୍‍ଆଇ ମାଲକାନଗିରି ଜୟପୁର ମୁଖ୍ୟରାସ୍ତା ପଦ୍ମଗିରି ଛକ ନିକଟରେ ଜଣେ ଅସହାୟ ଓ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ନିଜ ପାଇଁ ଆଣିଥିବା ଖାଦ୍ୟ ନିଜ ହାତରେ ଖୁଆଇ ମାନବିକତା ଦେଖାଇଥିଲେ। ଆଜି ପୁଣି ଓଡ଼ିଶା ପୁଲିସର ଦୁଇ କର୍ମଚାରୀ ସ୍ଥାନୀୟ ଆଇଏମ୍‍ଏସ୍‍ଟି ବିଦ୍ୟାଳୟ ନିକଟରେ କାର୍ଯ୍ୟରତ ଥିବା ସମୟରେ ଜଣେ ଅସହାୟ ବୃଦ୍ଧଙ୍କୁୁ ନିଜ ପାଇଁ ଆସିଥିବା ଖାଦ୍ୟ ଖୁଆଇ ଚର୍ଚ୍ଚାକୁ ଆସିଛନ୍ତି। ମାଲକାନଗିରି ଆଦର୍ଶ ଥାନାର ଅଧିକାରୀ ରାମପ୍ରସାଦ ନାଗ କୋରୁକୋଣ୍ଡାରେ ସୁରକ୍ଷା କାର୍ଯ୍ୟ ତଦାରଖ କରିବାକୁ ଯାଉଥିବା ସମୟରେ ସେଠାରେ କାର୍ଯ୍ୟରତ ଦୁଇ କନଷ୍ଟେବଳ ବାପି ସରକାର, ରବି ମାଢୀ ଜଣେ ବୃଦ୍ଧଙ୍କୁ ଖାଇବାକୁ ଦେଉଥିବା ଦେଖିବାକୁ ପାଇଥିଲେ। ସମାଜସେବୀ, ସାମାଜିକ କର୍ମୀ, ଯୁବଗୋଷ୍ଠୀ, ଗଣମାଧ୍ୟମ ପ୍ରତିନିଧିନଙ୍କ ସହ ସମନ୍ୱୟ ରକ୍ଷାକରି ଲକ୍‌ଡାଉନ୍‍ ସଫଳ କରିବାରେ ଅହରହ କର୍ତ୍ତବ୍ୟ କରୁଥିବା ଏହି ଅଧିକାରୀ ମଧ୍ୟ ପ୍ରଶଂସାର ପାତ୍ର ବୋଲି ଆଲୋଚନା ହେଉଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories