www.samajalive.in
Sunday, December 14, 2025
26.1 C
Bhubaneswar

ଗୁରୁବାର ରାଶିଫଳ ( ୯। ୪। ୨୦୨୦ )

ମେଷ: ପ୍ରିୟା-ପ୍ରୀତି ତୋଷଣ ନୀତି ଅବଲମ୍ବନ କରିପାରନ୍ତି। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ବ୍ୟବସାୟ ଲାଭଜନକ ହେବ। ଅବିବାହିତଙ୍କ ବିବାହ ସମ୍ବନ୍ଧ ସ୍ଥିର ହେବ।
ବୃଷ: ଶତ୍ରୁର ଉପସ୍ଥିତ ମନରେ ଭୟ ସଞ୍ଚାର କରିପାରେ। ଶତ୍ରୁ ଦମନ ପାଇଁ ଯୋଜନା ପ୍ରସ୍ତୁତ କରିବେ ଓ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସ୍ଥ ରହିବେ।
ମିଥୁନ: କାର୍ଯ୍ୟ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ବିଶଦଭାବେ ଆଲୋଚନା କରିବେ। ଏଭଳି କାର୍ଯ୍ୟ କରିବେ ଯାହା ଜନତାଙ୍କୁ ଆକର୍ଷିତ କରିପାରନ୍ତି। ସତ୍‌ପଥଗାମୀ ହେବେ। ଉପକାରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବେ।
କର୍କଟ: ମନ ପ୍ରଫୁଲ୍ଲ ରହିବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ପ୍ରୀତି ଲାଭ କରିପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। କୃଷି ଉପରେ ଧ୍ୟାନ ଦେବେ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ଉତ୍ତମ ହେବ।
ସିଂହ: ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ପାରିବାରିକ ସୁଖ-ସମୃଦ୍ଧି ଅବ୍ୟାହତ ରହିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। ଜନସମର୍ଥନ ମିଳିବ।
କନ୍ୟା: ଆଶାବାଦୀ ହୋଇପାରନ୍ତି। ଦେବଦର୍ଶନ କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଅତିଥି, ଗୁରୁ ଓ ଦେବପୂଜା ନିରତ ହୋଇପାରନ୍ତି। ଶୁଭକର୍ମରେ ଧନବ୍ୟୟ କରିବେ।
ତୁଳା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଧନବାନ୍‌ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନ ଅଧିକ ହେବାର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ସୁଖ ମିଳିବ।
ବିଛା: ନିଜ ପାଇଁ ଆବଶ୍ୟକ କାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ବନ୍ଧୁ ଦର୍ଶନ ଆପଣଙ୍କ ପକ୍ଷେ ଆନନ୍ଦଦାୟକ ହେବ। ପାରମ୍ପରିକ କାର୍ଯ୍ୟରେ ସଫଳତା ମିଳିବ। ମନଭୁଲା କଥାରେ ପରକୁ ଆପଣାର କରିବେ।
ଧନୁ: ବାଞ୍ଛିତ କାର୍ଯ୍ୟ କରିପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ପ୍ରସନ୍ନତା ଲାଭ କରିବେ।
ମକର: ଅସାଧ୍ୟ କାର୍ଯ୍ୟକୁ ସାଧନ କରିପାରନ୍ତି। କର୍ମତତ୍ପରତା ପ୍ରକାଶ ପାଇବ। ପାରିବାରିକ ସୁଖ ଅବ୍ୟାହତ ରହିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦୀର୍ଘଦିନର ଆଶା ପୂରଣ ହୋଇପାରେ। ବସ୍ତ୍ର-ଭୂଷଣ ଲାଭ ହେବ। ସରକାରୀ ଅର୍ଥ ପାଇପାରନ୍ତି।
କୁମ୍ଭ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଦିନଟି ଭିତରେ ମଧ୍ୟମ ଧରଣର ଶୁଭଫଳ ମିଳିବ। ଧନବାନ୍‌ ହୋଇପାରନ୍ତି। ବହୁ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଅନ୍ୟାୟକୁ ବରଦାସ୍ତ କରିବେ ନାହିଁ।
ମୀନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆତ୍ମ ସମ୍ମାନ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ନ କରିବା ଭଲ। ଉଚ୍ଚସ୍ଥାନ ଆରୋହଣ ମନା। ସର୍ବ ସୁଖ ମିଳିପାରେ। ସମୃଦ୍ଧିର ମୂଳଦୁଆ ପଡ଼ିପାରେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories