୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ବକେୟା ଆୟକର ରିଟର୍ଣ୍ଣ ଜାରି କରିବ ଆୟକର ବିଭାଗ

ଉପକୃତ ହେବେ ୧୪ ଲକ୍ଷ ଟିକସଦାତା, ସମସ୍ତ ଜିଏସଟି ଏବଂ ସୀମା ଶୁଳ୍କ ରିଫଣ୍ଡ ମଧ୍ୟ ଜାରି କରାଯିବ

• ଏମଏସଏମଇ ସମେତ ୧ ଲକ୍ଷ ବ୍ୟବସାୟିକ ସଂସ୍ଥା ହେବେ ଉପକୃତ
• ତୁରନ୍ତ ଜାରି ହେଲା ମୋଟ ୧୮,୦୦୦ କୋଟି ଟଙ୍କାର ରିଫଣ୍ଡ

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟବସାୟିକ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ରିହାତି ଦେବା ଉଦ୍ଦେଶ୍ୟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ଆୟକର ରିଫଣ୍ଡ ତୁରନ୍ତ ଜାରି କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ ୧୪ ଲକ୍ଷ ଟିକସଦାତା ଉପକୃତ ହୋଇପାରିବେ ।
ସେହିପରି ସମସ୍ତ ବକେୟା ଜିଏସଟି ଏବଂ ସୀମାଶୁଳ୍କ ରିଫଣ୍ଡ ଫେରସ୍ତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ଏମଏସଏମଇ ସମେତ ୧ ଲକ୍ଷ ବ୍ୟବସାୟିକ ସଂସ୍ଥା ଲାଭାନ୍ବିତ ହୋଇପାରିବେ । ଏହିପରି ଭାବେ ମୋଟ ୧୮,୦୦୦ କୋଟି ଟଙ୍କାର ରିଫଣ୍ଡ ଜାରି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରି ମିଳିଛି ।

Comments are closed.