www.samajalive.in
Saturday, December 6, 2025
23.1 C
Bhubaneswar

ସାନ ଭାଇକୁ ପଥରରେ ଛେଚି ମାରିଲା ବଡ଼ ଭାଇ 

ଧମା:  ସମ୍ବଲପୁର ଜିଲା ଯୁଯୁମରା ଥାନା  ଛାମୁଣ୍ଡା ପଞ୍ଚାୟତ ଅଢାପଡା ଗ୍ରାମରେ ଗ୍ରାମରକ୍ଷୀ ଘାସିରାମ ବୀରଗଣ୍ଠିଆ ତାଙ୍କ ସାନ ଭାଇ ରସାନନ୍ଦଙ୍କୁ ପଥରେ ଛେଚି ହତ୍ୟା କରିଛି ।  ପୁଲିସ ଅଭିଯୁକ୍ତ ଘାସିରାମକୁ ଅଟକ ରଖିଛି।
ରସାନନ୍ଦ ବୀରଗଣ୍ଠିଆ ଯାତ୍ରୀବାହୀ ବସ୍‌ର ଖଲାସୀ ଭାବରେ କାର୍ଯ୍ୟ କରନ୍ତି। ସବୁଦିନ ସେ ମଦ ପିଇ ଘରେ ଝଗଡ଼ା କରିଥାନ୍ତି। ଏଥିପାଇଁ ବାହାଘର ହେବା ୩ ବର୍ଷରୁ ଊର୍ଦ୍ଧ୍ବ ହେବା ବିତିଯିବା ପରେ ବି ତାଙ୍କ ପତ୍ନୀ ଅନେକ ସମୟରେ ତାଙ୍କ ମା’ ଘରେ ରହୁଥିବା ଜଣାପଡ଼ିଛି । ଏଭଳି ପରିସ୍ଥିତିରେ ରସାନନ୍ଦ ପୁଣି ଗତକାଲି ରାତିରେ ତାଙ୍କ ପତ୍ନୀଙ୍କ ସହ ଫୋନରେ ଝଗଡ଼ା କରିଥିଲେ । ଝଗଡ଼ା ସମୟରେ ରସାନନ୍ଦଙ୍କ ମା’ ପୂର୍ଣ୍ଣବାସୀ, ମଝିଆଁ ଭାଇ ରସିଆ ଓ ବଡ଼ ଭାଇ ଘାସିରାମ ଉପସ୍ଥିତ ଥିଲେ । ରସାନନ୍ଦ ଭାଇ ଭାଉଜ ସମସ୍ତଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ ।  ଏଥିରେ ବଡ଼ ଭାଇ ଘାସିରାମ ଉତ୍‌କ୍ଷିପ୍ତ ହୋଇ ଭାଇକୁ ପଥରରେ ଛେଚି ହତ୍ୟା କରିଥିଲେ । ମୃତଦେହ ପାଖରୁ ଦୁଇଟି ରକ୍ତ ଭିଜା ପଥର ଜବତ କରାଯାଇଛି। ରସାନନ୍ଦଙ୍କ ମୃତଦେହ ସେହି ଗ୍ରାମରେ ରହୁଥିବା ତାଙ୍କ ବଡ଼ଭାଇ ତଥା ଗ୍ରାମରକ୍ଷୀ ଘାସିରାମ ବୀରଗଣ୍ଠିଆଙ୍କ ଘର ସାମ୍ନାରେ ପଡ଼ିଥିଲା। ବଡ଼ ଭାଇ ଓ ଭାଉଜ ଘଟଣାସ୍ଥଳରେ ଉପସ୍ଥିତ ନଥିବାରୁ ପୁଲିସ ସନ୍ଦେହ କରିଥିଲା । ଘଟଣାସ୍ଥଳରୁ ଭଙ୍ଗା ଚୁଡି ସହ ଏକ ମୋବାଇଲ ମଧ୍ୟ ଜବତ କରାଯାଇଛି। ରସାନନ୍ଦ ବୀରଗଣ୍ଠିଆଙ୍କ ପତ୍ନୀ ଓ ତିନି ବର୍ଷର ଝିଅ ନିଜ ବାପ ଘରକୁ ଯାଇଥିବାବେଳେ ଏଭଳି ଘଟଣା ଗ୍ରାମବାସୀଙ୍କୁ ଚକିତ କରିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories