www.samajalive.in
Saturday, December 13, 2025
21.1 C
Bhubaneswar

କରୋନା ମୁକାବିଲା – ୧୬୨୦ ଆୟୁଷ ଡାକ୍ତରଙ୍କୁ ଦିଆଯିବ ତାଲିମ, ହେଲ୍ପଲାଇନ ନମ୍ବର ୧୪୪୧୦ ଆକ୍ଟିଭ

ସମାଜ ପୋର୍ଟାଲ ଡେସ୍କ: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆୟୁଷ ଡାକ୍ତରମାନଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରିବାକୁ ନିଷ୍ପତି ନେଇଥିବା ଜଣା ପଡିଛି। ରାଜ୍ୟର ୧୬୨୦ ଆୟୁଷ ଡାକ୍ତର, ପିଜି ଓ ଅଣ୍ଡର ଗ୍ରାଜୁଏଟ (ଶେଷବର୍ଷ ଓ ତୃତୀୟ ବର୍ଷ) ଛାତ୍ର ଛାତ୍ରୀ ମାନଙ୍କୁ ଏଥି ପାଇଁ ତାଲିମ ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ସଚିବ ନିକୁଂଜ ଧଳ ଏ ସମ୍ପର୍କରେ ସମସ୍ତ ଜିଲ୍ଲା ଆୟୁର୍ବେଦ ମେଡିକାଲ ଅଫିସର ଓ ଜିଲ୍ଲା ହୋମିଓପ୍ୟାଥି ମେଡିକାଲ ଅଫିସରମାନଙ୍କୁ ପତ୍ର ଲେଖିଥିବା ଜଣା ପଡିଛି।

ଅନ୍ୟପକ୍ଷରେ ଆଜିଠାରୁ ଆକ୍ଟିଭ ହେଲା ନୂଆ ହେଲ୍ପଲାଇନ ନମ୍ବର ୧୪୪୧୦। ଏହି ହେଲ୍ପଲାଇନ ନମ୍ବରରେ ଡାକ୍ତରୀ ସେବା ଓ ଟେଲିମେଡିସିନ୍‍ ସହାୟତା ଓ ପରାମର୍ଶ ମିଳିପାରିବ। ଯେଉଁମାନଙ୍କଠାରେ ଜ୍ୱର, ଥଣ୍ଡା, କାଶ ଓ ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଦେଉଛି, ସେମାନେ ଏହି ନମ୍ବରକୁ ଫୋନ୍‍ କରି ସ୍ୱାସ୍ଥ୍ୟ ପରାମର୍ଶ ଓ ଟେଲି ମେଡିସିନ୍‍ ସେବା ପାଇପାରିବେ। ଯେଉଁମାନେ କରୋନା ଆଶଙ୍କା ନେଇ ସନ୍ଦେହରେ ଅଛନ୍ତି, ସେମାନେ ମଧ୍ୟ ଏହି ନମ୍ବରକୁ ଫୋନ୍‍ କରି ନିଜ ସନ୍ଦେହ ଦୂର କରିବା ସହିତ ପରାମର୍ଶ ନେଇପାରିବେ। ସୂଚନାଯୋଗ୍ୟ, ରାଜ୍ୟ ସରକାର ପୂର୍ବରୁ ଜାରି କରିଥିବା ୧୦୪ ନମ୍ବରକୁ ଦୈନିକ ପ୍ରାୟ ୧୨ରୁ ୧୪ ହଜାର କଲ୍‍ ଆସୁଥିବା ଜଣାପଡ଼ିଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories