www.samajalive.in
Sunday, December 14, 2025
23.1 C
Bhubaneswar

ଆଉ ଗୋଟିଏ ବିଶ୍ୱକପ୍‍ ଖେଳିବାର ଆଶାରଖିଛି: ଉଥପ୍ପା

ନୂଆଦିଲ୍ଲୀ : ଭାରତୀୟ ସୀମିତ ଓଭର କ୍ରିକେଟ ଦଳରେ ଏବେ ପ୍ରତି ସ୍ଥାନ ପାଇଁ ଏକାଧିକ ଦାବିଦାର ଅଛନ୍ତି। ଏପରି ପରିସ୍ଥିତିରେ ଭାରତୀୟ ଦିନିକିଆ ଦଳକୁ ଫେରିବାର ଆଶା ହରାଇନାହାନ୍ତି କର୍ଣ୍ଣାଟକର ଆକ୍ରମଣାତ୍ମକ ବ୍ୟାଟ୍‍ସମ୍ୟାନ୍‍ ରବିନ୍‍ ଉଥପ୍ପା। ଅତିକମ୍‍ରେ ଭାରତୀୟ ଟ୍ୱେଣ୍ଟି୨୦ ଦଳକୁ ଫେରିବା ସହ ଫିନିସର ଭୂମିକା ନିର୍ବାହ କରିପାରିବେ ବୋଲି ୩୫ ବର୍ଷ ବୟସ୍କ ରବିନ୍‍ ଉଥପ୍ପା କହିଛନ୍ତି। ଏହାସହ ଉଥପ୍ପା କହିଛନ୍ତି ଯେ ଆଉ ଗୋଟିଏ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଖେଳିବାର ସମୟ ମୋ ପାଖରେ ରହିଛି।

ସୂଚନାଯୋଗ୍ୟ; ଭାରତୀୟ ଘରୋଇ କ୍ରିକେଟ୍‍ ଓ ଆଇପିଏଲ୍‍ରେ ଜଣେ ବ୍ୟାଟିଂ ମହାରଥୀ ଭାବେ ପରିଚିତ ରବିନ୍‍ ଉଥପ୍ପା ୨୦୦୭ରେ ଉଦ୍‍ଘାଟନୀ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଚମ୍ପିଆନ୍‍ ହୋଇଥିବା ଭାରତୀୟ କ୍ରିକେଟ୍‍ ଦଳର ସଦସ୍ୟ ଥିଲେ। ସେ ୨୦୧୫ରେ ଜିମ୍ବାୱେ ବିପକ୍ଷରେ ଶେଷଥର ପାଇଁ ଭାରତୀୟ ଦଳରେ ଖେଳିଥିଲେ। ୨୦୧୧ ପରଠାରୁ ଉଥପ୍ପା ଭାରତ ପାଇଁ ମାତ୍ର ୮ଟି ଦିନିକିଆ ଓ ୪ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିଥିଲେ। ଭାରତୀୟ ଦଳକୁ ଫେରିବା ବିଷୟରେ ରବିନ୍‍ ଉଥପ୍ପା କହିଛନ୍ତି. ମୋତେ ପ୍ରତଦ୍ୱନ୍ଦ୍ୱିତାମୂଳକ ହେବାକୁ ପଡ଼ିବ। ମୋଠାରେ ଏବେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳିବା ସହ ଭଲ ପ୍ରଦର୍ଶନ କରିବାର କ୍ଷୁଧା ରହିଛି। ସତକଥା କହିବାକୁ ଗଲେ ମୋଠାରେ ଆଉ ଗୋଟିଏ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ବାକିଅଛି ବୋଲି ମନେ କରୁଛି। ଏହି ଲକ୍ଷ୍ୟରେ ଖେଳିଚାଲିଛି। ଏହାସହ ଉଥପ୍ପା ସ୍ୱୀକାର କରିଛନ୍ତି ଯେ ବିଶ୍ୱକପ୍‍ ଖେଳିବା ଲାଗି ଭାରତୀୟ ଦଳରେ ସାମିଲ ହେବା ପାଇଁ ତାଙ୍କୁ ଭଲ ପ୍ରଦର୍ଶନ ସହ ଭାଗ୍ୟର ସମର୍ଥନ ମଧ୍ୟ ଆବଶ୍ୟକ। ଭାରତୀୟ ଟ୍ୱେଣ୍ଟି୨୦ ଦଳକୁ ଫେରିବା ଆଦୌ ସହଜ ନୁହେଁ। ଭାରତୀୟ ଦଳରେ ସାମିଲହେବା ପାଇଁ ଭାଗ୍ୟ ସହାୟକ ହେବା ଆବଶ୍ୟକ; ବିଶେଷକରି ଭାରତରେ। ଏହା ଅନେକ କ୍ରିକେଟରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ବିଦେଶରେ ଏହା କ୍ୱଚିତ ଦେଖାଯାଏ। ଭାରତରେ ପ୍ରତିଭାର ଅଭାବ ନାହିଁ। ହେଲେ ସମସ୍ତେ ସୁଯୋଗ ପାଆନ୍ତି ନାହିଁ। ଚଳିତବର୍ଷ ଅଷ୍ଟ୍ରେଲିଆରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଖେଳାଯିବ। ତେଣୁ ଆଉ ଗୋଟିଏ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଖେଳିବା ମୋର ସ୍ୱପ୍ନ। ଏହି ସ୍ୱପ୍ନ ସାକାର ନହେବା ପର୍ଯ୍ୟନ୍ତ କ୍ରିକେଟ୍‍ରୁ ଅବସର ନେବିନାହିଁ। ଆଉ ଖେଳିପାରିବି ନାହିଁ ବୋଲି ଭାବିବା ମୋ ନିଜ ପ୍ରତି ଅନ୍ୟାୟ ହେବ। ଭାରତୀୟ ଟ୍ୱେଣ୍ଟି୨୦ ଦଳରେ ଫିନିସରର ଦାୟିତ୍ୱ ସଠିକ୍‍ ଭାବେ ନିର୍ବାହ କରିପାରିବି ବୋଲି ମୋର ଆଶାରହିଛି। ମୁଁ ଜଣେ ଓପ୍‍ନିଂ ବ୍ୟାଟ୍‍ସମ୍ୟାନ୍‍ ହୋଇଥିଲେ ସୁଦ୍ଧା ଟ୍ୱେଣ୍ଟି୨୦ କ୍ରିକେଟ୍‍ରେ ମଧ୍ୟକ୍ରମରେ ଖେଳି ଭଲ ପ୍ରଦର୍ଶନ କରିବାର ଆତ୍ୱବିଶ୍ୱାସ ରହିଛି। ସୁଯୋଗକୁ ଅପେକ୍ଷା କରିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories