www.samajalive.in
Saturday, December 13, 2025
14.1 C
Bhubaneswar

କରୋନା ପ୍ରଭାବ: ୪୩ ମାସ ମଧ୍ୟରେ ବେକାରୀସ୍ତର ସର୍ବାଧିକ

ଭୁବନେଶ୍ବର (ବ୍ୟୁରୋ): କରୋନା ପ୍ରଭାବ ଓ ଲକ୍ଡ଼ାଉନ୍ କାରଣରୁ ଦେଶରେ ବେକାରୀସ୍ତର ଏବେ ଶୀର୍ଷରେ । ଗତ ୪୩ ମାସ ମଧ୍ୟରେ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ସର୍ବାଧିକ ହୋଇଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ (ସିଏମ୍ଆଇଇ)ର ସଦ୍ୟତମ ରିପୋର୍ଟରେ ପ୍ରକାଶିତ ହୋଇଛି ଏହି ତଥ୍ୟ । ଏହି ରିପୋର୍ଟ ଅନୁସାରେ ଦେଶରେ ଏବେ ଦେଶରେ ନିଯୁକ୍ତି ସ୍ଥିତି ଏବେ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି ଓ ଏପ୍ରିଲ ୨୦୨୦ର ପ୍ରଥମ ସପ୍ତାହରେ ଏହା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପହଞ୍ଚିଛି ।

କରୋନା ପ୍ରକୋପ ଭାରତୀୟ ଅର୍ଥବ୍ୟବସ୍ତା ଉପରେ କଳା ଛାୟା ଢ଼ାଙ୍କି ଦେଇଛି । ଲକ୍ଡ଼ାଉନ୍ ପରେ ଦେଶରେ ବେକାରୀ ସଂଖ୍ୟା ୨୩% ଓ ସହରଗୁଡ଼ିକରେ ଏହା ୩୧% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ମାର୍ଚ୍ଚ ପ୍ରଥମ ସପ୍ତାହରେ ଦେଶରେ ନିଯୁକ୍ତି ସ୍ଥିତି ଖରାପ ହେବା ଆରମ୍ଭ କରିଥିଲା । ପରିସଂଖ୍ୟାନ ଅନୁସାରେ  ଏହି ସଂଖ୍ୟା କେବଳ ମାର୍ଚ୍ଚ ମାସରେ ୮.୭% ହୋଇଛି ଏବଂ ଶେଷ ସପ୍ତାହ ବେଳକୁ ଏହା ୨୩.୮ %ରେ ପହଞ୍ଚିଛି । ଗତ ୨୦୧୬ ଅଗଷ୍ଟ ମାସରେ ଏହି ହାର ୯.୫୯% ରହିଥିଲା।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories