www.samajalive.in
Sunday, December 14, 2025
16.1 C
Bhubaneswar

କରୋନା ଯୋଦ୍ଧା : ରୋଗୀଙ୍କୁ ଖୁଆଇଦେଲେ ଡାକ୍ତର

ଚେନ୍ନଇ, ୫ା୪: କରୋନା ଭୂତାଣୁ ସହ ସଂଘର୍ଷରେ ଡାକ୍ତର, ନର୍ସ ଏବଂ ପାରାମେଡିକାଲ ଷ୍ଟାଫ୍‍ ସବୁଠାରୁ ଆଗରେ ରହିଛନ୍ତି। ନିଜ ଜୀବନକୁ ବିପନ୍ନ କରି ଏମାନେ କେବଳ ରୋଗୀଙ୍କ ଚିକିତ୍ସାରେ ଲାଗିନାହାନ୍ତି, ସେମାନଙ୍କର ମନୋବଳ ବଢାଉଛନ୍ତି ଏବଂ ଆବଶ୍ୟକ ସେବା ମଧ୍ୟ କରୁଛନ୍ତି। ଏବେ ସୋସିଆଲ ମିଡିଆରେ ଏପରି ଜଣେ ଡାକ୍ତରଙ୍କ ଫଟୋ ଭାଇରାଲ ହୋଇଛି ଯିଏ ରୋଗୀଙ୍କୁ ନିଜ ହାତରେ ଖୁଆଇ ଦେଉଛନ୍ତି। ଏହି ଡାକ୍ତରଙ୍କ ନାଁ ଜର୍ଜ ଆବ୍ରାହମ୍‍। ସେ ମାଡ୍ରାସ ମେଡିକାଲ ମିଶନରେ ବରିଷ୍ଠ ନେଫ୍ରୋଲୋଜି ବିଶେଷଜ୍ଞ ଭାବେ କାର୍ଯ୍ୟରତ। ଜଣେ ରୋଗୀଙ୍କ ସମ୍ପର୍କୀୟ କୌଣସି କାରଣରୁ ହସ୍‍ପିଟାଲ ଆସି ନପାରିବାରୁ ତାଙ୍କୁ ନିଜେ ଖୁଆଇଦେବା ଲାଗି ଡା. ଆବ୍ରାହମ୍‍ ନିଷ୍ପତ୍ତି ନେଇଥିଲେ। ଅରୁଣ ଜନାର୍ଦ୍ଦନ ନାମକ ଟ୍ୱିଟର ବ୍ୟବହାରକାରୀ ଏହି ଫଟୋ ଶେୟାର କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories