www.samajalive.in
Wednesday, December 10, 2025
14.1 C
Bhubaneswar

କରୋନା ମୁକାବିଲା ପାଇଁ ଆପଣାନ୍ତୁ ଘରୋଇ ଉପଚାର

ନୂଆଦିଲ୍ଲୀ : ଭାରତୀୟ ଆର୍ୟୁବେଦ ଓ ବିଭିନ୍ନ ବିଜ୍ଞାନଧର୍ମୀ ପ୍ରକାଶନକୁ ଭିତ୍ତି କରି ଆୟୁଷ ମନ୍ତ୍ରଣାଳୟ ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ଓ ସେମାନଙ୍କୁ ପ୍ରତିଷେଧକ ମୂଳକ ପଦକ୍ଷେପ ଅବଲମ୍ବନ କରିବା ପାଇଁ କେତେକ ପରାମର୍ଶ ଦେଇଛନ୍ତି । ବିଶେଷ କରି କୋଭିଡ୍‍ -୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଣେ ଲୋକ କିପରି ନିଜର ସ୍ୱାସ୍ଥ୍ୟର ଯତ୍ନ ନେଇପାରିବ ଓ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିପାରିବ ସେ ସମ୍ପର୍କରେ ଏହି ପରାମର୍ଶ ଦିଆଯାଇଛି । ଏଥିରେ ଲୋକମାନଙ୍କୁ ଦିନରେ ୩୦ମିନିଟ୍‍ ପାଇଁ ଯୋଗ, ପ୍ରାଣାୟମ ଓ ଧ୍ୟାନ କରିବା ସହିତ ଉଷୁମ ପାଣି ପିଇବାକୁ କୁହାଯାଇଛି । ହଳଦୀ, ଧଣିଆ ପତ୍ର, ରସୁଣ, ଜାତୀୟ ଖାଦ୍ୟ ସାମଗ୍ରୀର ବ୍ୟବହାର କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।
ସକାଳେ ଚବନପ୍ରାସ, ହର୍ବାଲ ଚା’, ତୁଳସୀ, ଗୁଜୁରାତି, ଗୋଲମରିଚ, ଅଦା ଆଦି ବ୍ୟବହାର କରି ଚା’ ପିଇବାକୁ କୁହାଯାଇଛି । ଦିନରେ ଦୁଇଥର ହଳଦୀ ମିଶ୍ରିତ କ୍ଷୀର ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ନାକରେ ନଡ଼ିଆ ତେଲ ଓ ଘିଅ ପକାଇବା ପାଇଁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୁଖିଲା କାସ ଓ ତଣ୍ଟି ବଥା ଥିବା ସ୍ଥଳେ ଗରମ ବାଷ୍ପ ଆଘ୍ରାଣ କରିବାକୁ କୁହାଯାଇଛି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories