ଭୁବନେଶ୍ୱର : କରୋନା ଯୋଗୁଁ ପ୍ରଭାବିତ ସହରାଚଂଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଗତ ୨୭ ତାରିଖରୁ ପୌରାଚଂଳ ମାନଙ୍କରେ ଏହି ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି। ଆଜି ସୁଦ୍ଧା ରାଜ୍ୟର ୧୧୪ ଗୋଟି ପୌରାଚଂଳର ୨୦୩୫ ଟି ୱାର୍ଡ ମଧ୍ୟରୁ ୧୪୪୫ ଟି ୱାର୍ଡରେ ମାଗଣାରେ ରନ୍ଧା ଖାଦ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇ ୨୦୪୮୩୫ ଜଣ ଉପକୃତ ହୋଇଥିବା ପ୍ରକାଶ। କରୋନା ନେଇ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ମାର୍ଗଦର୍ଶୀକା ଅନୁଯାୟି ସମସ୍ତ ସତର୍କତା ପାଳନ କରାଯାଇ ରନ୍ଧା
ଖାଦ୍ୟ ବ୍ୟବସ୍ଥା କରାଯାଇଛି।
ସେହିପରି ପୌରାଚଂଳରେ ପଞ୍ଜିକୃତ ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ୩ ହଜାର କରି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଗତ ୩୧ ତାରିଖରୁ ଏହି ଆର୍ଥିକ ସହାୟତା ପ୍ରଦାନ ଆରମ୍ଭ ହୋଇଛି।
ମୋଟ ୬୫ ହଜାର ପଞ୍ଜିକୃତ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ଏହି ସହାୟତା ପ୍ରଦାନ ଲକ୍ଷ୍ୟ ରଖା ଯାଇ ଆଜି ସୁଦ୍ଧା ୬୧ ଗୋଟି ସହରାଚଂଳର ୧୯୭୫୯ ଜଣଙ୍କୁ ୫କୋଟି୯୨ଲକ୍ଷ ୭୭ ହଜାର ଟଙ୍କା ପ୍ରଦାନ କରାଯାଇଛି । ଯଥାଶୀଘ୍ର ଏହାକୁ ସମ୍ପୂର୍ଣ୍ଣ କରିବାକୁ ଗୃହ ଓ ନଗରଉନ୍ନୟନ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ।
କରୋନା ପ୍ରଭାବିତ ସହରାଚଂଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ : ୨୦୪୮୩୫ ଜଣ ଉପକୃତ
Popular Categories



