www.samajalive.in
Saturday, December 6, 2025
14.1 C
Bhubaneswar

କରୋନାକୁ ନେଇ ଟିକଟକ୍ କରିବା ପଡିଲା ମହଙ୍ଗା : ନୋଟ୍ ରେ ନାକ ସଫା କରି ବ୍ୟକ୍ତି ଗିରଫ

ମୁମ୍ବଇ ; କରୋନାକୁ ନେଇ ଟିକଟକରେ ଭିଡିଓ ଅପଲୋଡ୍ କରିବା ମହାରାଷ୍ଟ୍ରର ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି। ଭିଡିଓ ଭାଇରାଲ୍‌ ହେବା ପରେ ସ୍ଥାନୀୟ ପୁଲିସ ତାଙ୍କୁ ଗିରଫ କରିଛି। ସେ ଏକ ନୋଟ୍ ରେ ନାକ ସଫା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ମହାରାଷ୍ଟ୍ରର ନାଶିକର ନାଶିକର ଜଣେ ୩୮ ବର୍ଷୀୟ ବ୍ୟକ୍ତି ସୟଦ ଜାମିଲ ସୟିଦ ବାବୁ। କିଛି ଦିନ ତଳେ ସେ ଏକ ଭିଡିଓ ଟିକଟକରେ ଅପଲୋଡ୍ କରିଥିଲେ। କରୋନା ଭାଇରସ ଆଲ୍ଲାଙ୍କର ଏକ ଚମତ୍କାର ଏବଂ ଏହି ମହାମାରୀ ଆହୁରି ତୀବ୍ର ହେବ ବୋଲି ସେ ଭିଡିଓରେ କହିଥିଲେ। ଏହା ସହ ୫୦୦ ଟଙ୍କିଆ ନୋଟରେ ନାକ ସଫା କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଲା ପରେ ନାଶିକ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଗୁରୁବାର ତାଙ୍କୁ ଗିରଫ କରିଥିଲା। ଏ ସମ୍ପର୍କରେ ନାଶିକ ପୁଲିସ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।

- Advertisement -

ନାଶିକ ପୁଲିସ ନିଜ ଟ୍ୱିଟରେ କହିଛି ଯେ, ନାଶିକ ଗ୍ରାମୀଣ ପୁଲିସ (ମହାରାଷ୍ଟ୍ର ଗ୍ରାମୀଣ) ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ସେ ପୁଲିସ ହେପାଜତରେ ରହିଛନ୍ତି।

ଜଣେ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ସୟଦ ଜାମିଲ ସୟିଦ ବାବୁଙ୍କୁ ଗୁରୁବାର ବିଳମ୍ବିତ ରାତିରେ ମାଲେଗାଓଁର ରାମଜାନପୁରା ପୁଲିସ ଗିରଫ କରିଛି। ମାଲେଗାଓଁ କୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ଏପ୍ରିଲ ୭ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories