www.samajalive.in
Sunday, December 14, 2025
18.1 C
Bhubaneswar

ଶ୍ରୀଜଗନ୍ନାଥଙ୍କ ରଥ କାଠ ଚିରଟ ଅନୁକୂଳ

କଟକ ସଦର  : ପବିତ୍ର ରାମନବମୀ ତିଥି ଅବସରରେ ଆଜି ବନ ଉନ୍ନୟନ ନିଗମ ଅଧୀନ କଟକ ନୂଆପଡ଼ାଠାରେ ଅବସ୍ଥିତ ଖପୁରିଆ ସ’ ମିଲ୍‌ଠାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରଟ କାର୍ଯ୍ୟ ଅନୁକୂଳ ହୋଇଛି। ନୟାଗଡ଼ ବନଖଣ୍ଡରୁ ଗତ ୨୮ତାରିଖରେ ଚଳିତ ବର୍ଷ ରଥ ନିର୍ମାଣ ନିମନ୍ତେ ୨୩ଖଣ୍ଡ ଯଥା ଅସନ-୧୮ ଖଣ୍ଡ, ଧଉରା – ୩ଖଣ୍ଡ ଓ ସିମିଳି ୨ ଖଣ୍ଡ ସମୁଦାୟ ୨୬୯.୯୧ ଘନଫୁଟର କାଠ ସ’ମିଲ୍‌ରେ ପହଞ୍ଚିଥିଲା। ସେଥିମଧ୍ୟରୁ ଧଉରା ୩ଖଣ୍ଡ ୨୨.୨୦ ଘନଫୁଟ କାଠକୁ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କର ଆଜ୍ଞାମାଳ ଧରି ଆସିଥିବା ସୁଦର୍ଶନ ମେକାପ, ରାମଚନ୍ଦ୍ର ମହାରଣା ଏବଂ ଲକ୍ଷ୍ମଣ ମହାପାତ୍ର ପୂର୍ବାହ୍ଣ ୧୨ଟାରେ ସ’ ମିଲ୍‌ ପ୍ରାଙ୍ଗଣରେ ଧଉରା କାଠ ୩ଟିକୁ ଯଥା ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କାର୍ଯ୍ୟ ଶେଷ କରି ଚିରଟ କାର୍ଯ୍ୟ ଆରମ୍ଭ କରାଗଲା। ଲକ୍‌ଡାଉନ୍‌ ପାଇଁ ସ’ ମିଲ୍‌ ବନ୍ଦ ଥିବା ସତ୍ତ୍ବେ ସରକାର ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିର୍ଦେଶକ୍ରମେ ସାମାଜିକ ଦୂରତ୍ବ ବଜାୟ ରଖି ୭ଜଣ ମିସ୍ତ୍ରି, ହେଲ୍‌ପର ଓ ଲେବରଙ୍କ ଦ୍ବାରା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥ ନିର୍ମାଣ ନିମନ୍ତେ ରଥ କାଠ ଚିରା ଅନୁକୂଳ କରାଗଲା। କାର୍ଯ୍ୟରତ ଲୋକମାନଙ୍କୁ ମାସ୍କ, ହ୍ୟାଣ୍ଡ୍‌ ଗ୍ଲୋବ୍‌, ସାନିଟାଇଜର ଓ ହ୍ୟାଣ୍ଡ୍‌ ୱାଶ୍‌ ଆଦି ଯୋଗାଇଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସ’ ମିଲ୍‌ ମ୍ୟାନେଜର ଭାଗବତ ସାହୁ, ବିପିନ୍‌ କୁମାର ରାଉତରାୟ, ମିସ୍ତ୍ରି ଚକ୍ରଧର ନାଥ ଏବଂ ସହଯୋଗୀମାନେ ପରିଚାଳନା କରିଥିଲେ। ପ୍ରକାଶଥାଉ କି ଗତ ବର୍ଷ ଠାରୁ ସ’ ମିଲ୍‌ରେ ୧୬୨ ଖଣ୍ଡ ଯଥା ଫାଶି-୯ଖଣ୍ଡ, ଅସନ-୪୯ଖଣ୍ଡ, ଧଉରା-୪୪ଖଣ୍ଡ, ରାଇ-୫୧ ଏବଂ ସିମିଳି-୯ ଖଣ୍ଡ ସମୁଦାୟ ୨୩୬୩.୫୬ ଘନଫୁଟ୍‌ କାଠ ଗଚ୍ଛିତ ରହିଥିବା ମିଲ୍ ମ୍ୟାନେଜର କହିଛନ୍ତି। ଲକ୍‌ଡାଉନ୍‌ ସମାପ୍ତ ପରେ କାଠ ଚିରଟ କାର୍ଯ୍ୟ ଆରମ୍ଭ କରାଯାଇ ରଥ ଯାତ୍ରାର ଯଥେଷ୍ଟ ପୂର୍ବରୁ ରଥ ନିର୍ମାଣ ନିମନ୍ତେ ଚିରଟ କାର୍ଯ୍ୟ ସମାପ୍ତ ହେବ ବୋଲି ସ’ ମିଲ୍‌ ପକ୍ଷରୁ କୁହାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories