www.samajalive.in
Thursday, December 11, 2025
16.1 C
Bhubaneswar

ଜନହିତରେ ଜାରି ହେଲା ପଞ୍ଚମ କରୋନା ପଜିଟିଭଙ୍କ ପରିଚୟ – ସୂର୍ଯ୍ୟ ନଗର ଅଂଚଳକୁ ସିଲ କଲା ବିଏମ୍‌ସି

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟରେ ଗତକାଲି ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହେବ ପରେ ଆଜି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ପରିଚୟ ପ୍ରକାଶ କରିଛନ୍ତି। ତାଙ୍କ ସହ ସମ୍ପର୍କରେ ଆସିଥିବା ଅନ୍ୟମାନଙ୍କୁ ସଚେତନ କରିବା ନେଇ ଜନହିତ ପାଇଁ ଏହି ପରିଚୟ ପ୍ରକାଶ କରିବା ଜରୁରୀ ଥିଲା ବୋଲି ବିଏମ୍‌ସି କମିଶନର କହିଛନ୍ତି। ପଞ୍ଚମ ଆକ୍ରାନ୍ତଙ୍କ ନାଁ ହେଉଛି ପ୍ରଦୀପ୍ତ ଦଳବେହେରା ଓ ତାଙ୍କ ଘର ଭୁବନେଶ୍ୱର ୟୁନିଟ-୭ ସୂର୍ଯ୍ୟନଗର ସ୍ଥିତ ପ୍ଲଟ ନମ୍ବର ୩୭ରେ ବୋଲି ସେ କହିଛନ୍ତି।

ଏଥି ସହ ପ୍ରଦୀପ୍ତ ଦଳବେହେରା ରହୁଥିବା ଅଂଚଳକୁ ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ସୂର୍ଯ୍ୟ ନଗର ଅଂଚଳକୁ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ବନ୍ଦ ପାଇଁ ସେ ଘୋଷଣା କରିଛନ୍ତି। ବିଏମ୍‌ସି ପକ୍ଷରୁ ଜାରି ବିଜ୍ଞପ୍ତିରେ ଏ ନେଇ କୁହାଯାଇଛି ଯେ ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗନଗର ଛକ, ଗଙ୍ଗ ନଗର ଛକରୁ ଶିରିପୁର ଛକ ଏବଂ ଶିରିପୁର ଛକରୁ ଗୋପବନ୍ଧୁ ଛକ ଯାଏଁ ସିଲ କରାଯାଉଛି। ସେହି ସବୁ ସିଲ ହେଉଥିବା ଅଞ୍ଚଳକୁ ବିଏମ୍‌ସି ମଧ୍ୟ ନିଷିଦ୍ଧାଞ୍ଚଳ ଘୋଷଣା କରିଛି।

ଏହି ଘୋଷଣା କରି ବିଏମ୍‌ସି କମିଶନର କହିଛନ୍ତି ଯେ, ସେହି ସବୁ ଅଞ୍ଚଳର ସମସ୍ତ ପରିବାର ହୋମ୍ କ୍ୱାରେଣ୍ଟାଇନରେ ରହିବେ ଓ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ମୋବାଇଲ ଭ୍ୟାନ୍ ସାହାଯ୍ୟରେ ସେମାନଙ୍କୁ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯାଉଥିବା ବିଏମସି କହିଛି।

- Advertisement -

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories