www.samajalive.in
Friday, December 5, 2025
20.1 C
Bhubaneswar

ଜାଣନ୍ତୁ ଏପ୍ରିଲରେ ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ..ଏହି ଗୁଣ ପାଇଁ ସେମାନେ ଅନ୍ୟ ଠାରୁ ହୋଇଥାନ୍ତି ନିଆରା

ଏପ୍ରିଲରେ ଜନ୍ମ ହୋଇଥିବା ଲୋକମାନେ ଜିଦ୍ ଖୋର ପ୍ରକୃତିର ହୋଇଥାନ୍ତି। ଭାବିଥିବା କାର୍ଯ୍ୟକୁ ସମାପ୍ତ କରିବା ପରେ ହିଁ ସେମାନେ ନିଶ୍ବାସ ନିଅନ୍ତି।

ଏହି ମାସରେ ଜନ୍ମ ହୋଇଥିବା ଲୋକମାନେ ସାହସିକତା କାର୍ଯ୍ୟରେ ଆଗ୍ରହ ପ୍ରକାଶ କରନ୍ତି।
ଶାରୀରିକ ଗଠନରେ ଏମାନେ ସୁନ୍ଦର ହୋଇଥାନ୍ତି। ନିଜ ସୌନ୍ଦର୍ଯ୍ୟ ପ୍ରତି ଅଧିକ ଯତ୍ନବାନ୍ ହୋଇଥାନ୍ତି। ତେଣୁ ଲୋକମାନେ ସେମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି।

- Advertisement -

ବନ୍ଧୁ ପରିଜନରେ ଏମାନଙ୍କ ଭିନ୍ନ ପ୍ରଭାବ ରହିଥାଏ। ସାଙ୍ଗମାନଙ୍କର ପ୍ରିୟ ହୋଇଥାନ୍ତି ଏବଂ ସମ୍ପର୍କୀୟମାନେ ଏମାନଙ୍କୁ ବହୁତ ପସନ୍ଦ କରନ୍ତି। ପ୍ରେମ ଜୀବନରେ ଏମାନେ ସର୍ବଦା ଆଗରେ ଥାଆନ୍ତି।

ଏପ୍ରିଲରେ ଜନ୍ମ ହୋଇଥିବା ଲୋକ କଳା ପ୍ରତି ଉତ୍ସର୍ଗୀକୃତ ହୋଇଥନ୍ତି ବା ସେ ନିଜେ କିଛି କଳା ପ୍ରତି ବହୁତ ରୁଚି ରଖନ୍ତି। ନୂଆ କଥା ଶିଖିବାକୁ ଏମାନଙ୍କର ପ୍ରବଳ ଆଗ୍ରହ ଥାଏ।

କିନ୍ତୁ ଏମାନଙ୍କର ଖରାପ ଗୁଣ ହେଲେ, ଅନ୍ୟମାନଙ୍କ ଜୀବନରେ ହସ୍ତକ୍ଷେପ କରିବାକୁ ପଛାନ୍ତିନାହିଁ। ଏହି ଭୁଲ୍‌ ବେଳେବେଳେ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ | ଅନ୍ୟମାନଙ୍କ ସହିତ ସେମାନଙ୍କର ସମ୍ପର୍କ ଖରାପ ହୋଇଯାଏ, ଯାହା ଠିକ୍ ହେବାକୁ ବହୁତ ସମୟ ଲାଗିଥାଏ |

କ୍ରୀଡା, ଗଣମାଧ୍ୟମ, ବିଜ୍ଞାପନ ଏବଂ ରାଜନୀତିରେ ସେମାନେ ଅଧିକ ସଫଳ ହୋଇଥାନ୍ତି। ଏହି ଲୋକମାନେ ଯେଉଁଠାରେ ରୁହନ୍ତି, ସମସ୍ତେ ସେମାନଙ୍କ ସହିତ ରହିବାକୁ ଚାହାଁନ୍ତି।

ଏମାନଙ୍କ ଜୀବନ ସହ ବିରକ୍ତିଭାବ ସବୁବେଳେ ଯୋଡି ହୋଇ ରହିଥାଏ। ଏମାନେ ପ୍ରକୃତି ପ୍ରେମୀ ହୋଇଥାନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories