www.samajalive.in
Saturday, December 6, 2025
23.1 C
Bhubaneswar

ତାଲା ବନ୍ଦ ଯୋଗୁଁ ରେଳବାଇ କୁଲିଙ୍କ ପେଟପାଟଣା ପ୍ରଭାବିତ

ସମ୍ବଲପୁର : ସାରା ବିଶ୍ୱରେ କରୋନା ଭୂତାଣୁର ସଂକ୍ରମଣ ଯୋଗୁଁ ହାହାକାର ସୃଷ୍ଟି ହୋଇଥିବା ବେଳେ ଏହାକୁ ଭାରତରେ ରୋକିବା ପାଇଁ ଦେଶବ୍ୟାପି ତାଲା ବନ୍ଦ(ଲକ୍ ଡାଉନ୍) କରାଯାଇଛି। କରୋନା ପାଇଁ ଦେଶବ୍ୟାପି ତାଲା ବନ୍ଦ(ଲକ୍ ଡାଉନ୍) ଅଷ୍ଟମ ଦିବସରେ ପହଞ୍ଚି ସାରିଛି। ଲକ୍ ଡାଉନ୍ ପାଇଁ ଯାତ୍ରୀବାହୀ ରେଳ ଚଳାଚଳକୁ ସମ୍ପୁର୍ଣ୍ଣ ଭାବରେ ଠପ୍ କରିଦିଆଯାଇଛି। ଏଣୁ ଯାତ୍ରୀବାହୀ ରେଳ ସେବା ସହିତ ସିଧାସଳଖ ସଂପୃକ୍ତ ରେଳବାଇର ସ୍ୱିକୃତିପ୍ରାପ୍ତ କୁଲି ମାନଙ୍କର ପେଟପାଟଣା ଏବେ ବନ୍ଦ ହୋଇଯାଇଛି। ସମସ୍ତ କୁଲି ଦିନ ମଜୁରିଆଙ୍କ ସଦୃଶ।

ଏ ସର୍ମ୍ପକରେ ସ୍ୱିକୃତିପ୍ରାପ୍ତ କୁଲି ଆକାଶ ସୁନା କହିଛନ୍ତି, ଦୈନିକ ରୋଜଗାର କଲେ ଯାଇ ଆମ ଘରର ଚୁଲି ଜଳିଥାଏ ଏବଂ ପରିବାରର ପେଟ ପୁରିଥାଏ। କିନ୍ତୁ ଗତ ୮ ଦିନ ହେବ ଯାତ୍ରୀବାହୀ ରେଳ ସେବା ବନ୍ଦ ହୋଇଯିବା ପରେ ସେମାନେ ବେରୋଜଗାର ହୋଇଯାଇଛନ୍ତି। ଯାହା ସଞ୍ଚୟ ଥିଲା ତାହା ମଧ୍ୟ ଶେଷ ହୋଇଯାଇଛି। ଲକ୍ ଡାଉନକୁ ଲକ୍ଷ୍ୟ କରି ସରକାରଙ୍କ ତରଫରୁ ସହାୟତା ରାଶି ଓ ଖାଦ୍ୟପେୟର ବ୍ୟବସ୍ଥା କରାଯାଉଥିବା ବେଳେ କିନ୍ତୁ ସେମାନେ ଏଥିରୁ ବଞ୍ଚିତ ରହିଥିବା କହିଛନ୍ତି କୁଲି ସୁରଜ ସୁନା। ସରକାର ବୁଲା କୁକୁର ଓ ପଶୁମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରୁଥିବା ବେଳେ କଣ ପାଇଁ ରେଳବାଇର ସ୍ୱିକୃତିପ୍ରାପ୍ତ ୫୨ ଜଣ କୁଲିଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କୁଲି ଧର୍ମରାଜ ହରିପାଲ। ସେମାନେ ରେଳ ବିଭାଗର ଉପରିସ୍ଥ ଅଧିକାରୀମାନଙ୍କୁ ନିଜ ସମସ୍ୟା ନେଇ ଅନୁରୋଧ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ। ଅନ୍ୟର ବୋଝକୁ ମୁଣ୍ଡେଇ ସେମାନଙ୍କର ଦୁଃଖକୁ ଲାଘବ କରିବା ଏହି କୁଲିମାନଙ୍କ ପେଶା ଥିବା ବେଳେ ଆଜି ସେମାନଙ୍କର ଦୁଃଖ ପ୍ରଶମିତ କରିବାକୁ କେହି ନାହାନ୍ତି। ଏଣୁ ଏହି କଷ୍ଟକର ପରିସ୍ଥିତିରେ ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories