www.samajalive.in
Wednesday, December 10, 2025
18.1 C
Bhubaneswar

ଆଗକୁ ଜଳ ସଂକଟ : କରୋନା ଯୋଗୁଁ ପାନୀୟ ଜଳ ଅପଚୟ ବଢ଼ୁଛି

ଚଳିତ ବର୍ଷ ଜଳ ସଙ୍କଟ ଯେ ଉତ୍କଟ ହେବ, ତାହା ଏବେଠାରୁ ଜଳଜଳ ହୋଇ ଦିଶିଲାଣି। ବିଶେଷକରି କରୋନା ପ୍ରଭାବରେ ଏହି ସଙ୍କଟ ଆହୁରି ଘନୀଭୂତ ହୋଇଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ବିଶ୍ୱ ଆଗରେ ଜଳସଙ୍କଟ ଏକ ପ୍ରମୁଖ ସମସ୍ୟା ରୂପେ ଦେଖାଦେଇଛି। ଅପରପକ୍ଷରେ ଭାରତର ସ୍ଥିତି ଏତେ ସଙ୍କଟଜନକ ନୁହେଁ ବୋଲି ମତ ପ୍ରକାଶ ପାଇ ଆସୁଥିଲା, କିନ୍ତୁ ଗତବର୍ଷର ସ୍ଥିତି ଦେଖିବା ପରେ ପରିବେଶବିତ୍ ଓ ବିଶେଷଜ୍ଞମାନେ ସେମାନଙ୍କ ମତ ପରିବର୍ତ୍ତନ କରିବା ପାଇଁ ବାଧ୍ୟ ହୋଇଛନ୍ତି। ନିତି ଆୟୋଗ ମଧ୍ୟ ଭାରତରେ ଜଳସଙ୍କଟ ଉତ୍କଟ ହେବାକୁ ଯାଉଛି ବୋଲି ସତର୍କ ଘଣ୍ଟି ବଜାଇ ସାରିଛି। ପାନୀୟ ଜଳ ସଙ୍କଟ ଯୋଗୁଁ ତାମିଲନାଡ଼ୁ, ମହାରାଷ୍ଟ୍ର ଓ ରାଜସ୍ଥାନରେ ଗତ ବର୍ଷ ଜୀବନଯାତ୍ରା ଅଚଳ ହୋଇଯାଇଥିଲା। ଏପରିକି କେତେକ ଅଞ୍ଚଳରେ ପିଇବା ପାଣି ପାଇଁ ରକ୍ତାକ୍ତ ସଂଘର୍ଷ ଘଟିଥିବାର ଖବର ମିଳିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ପାଣିପାଗର ସ୍ଥିତି ଓ ପ୍ରକୃତିକୁ ଅନୁଧ୍ୟାନ କଲେ ଚଳିତବର୍ଷ ଜଳସଙ୍କଟ ଗତ ବର୍ଷ ତୁଳନାରେ ଉତ୍କଟ ହେବ ବୋଲି ପରିବେଶବିତମାନେ ଆଶଙ୍କା କରିଛନ୍ତି। ବିଶ୍ୱ ମହାମାରୀର ରୂପ ନେଇଥିବା କରୋନା ଏହି ସଙ୍କଟକୁ ଆହୁରି ସଙ୍ଗିନ କରିଛି। ସଂକ୍ରମଣରୁ ରକ୍ଷା ପାଇଁ ନିୟମିତ ଓ ବାରମ୍ବାର ହାତ ଧୋଇବା ଅଭ୍ୟାସ ବ୍ୟତୀତ ବିକଳ୍ପ ନାହିଁ। ଏଥିସହିତ ଚଟାଣ, କାନ୍ଥ, ପୋଷାକ, ଆସବାବପତ୍ର, ଗାଡ଼ି, ଫଳ, ପନିପରିବାକୁ କରୋନାମୁକ୍ତ କରିବା ପାଇଁ ପ୍ରଚୁର ପରିମାଣର ପାନୀୟ ଜଳ ଅପଚୟ ହେଉଛି। ସ୍ଥିତିରେ ଯଥାସମ୍ଭବ ଉନ୍ନତି ନ ଘଟିଲେ ଏବଂ ଏହି ଅଭ୍ୟାସ ଆଉ କିଛିଦିନ ଜାରି ରହିଲେ ସମଗ୍ର ବିଶ୍ୱରେ ଉତ୍କଟ ପାନୀୟ ଜଳ ସଙ୍କଟ ସୃଷ୍ଟି ହେବା ନିଶ୍ଚିତ। ବିଶ୍ୱରେ ଦୂଷିତ ପାନୀୟ ଜଳ ବ୍ୟବହାରଜନିତ ମୃତ୍ୟୁ ଓ ରୋଗାକ୍ରାନ୍ତ ସଂଖ୍ୟା ମଧ୍ୟ କରୋନା ତୁଳନାରେ କମ୍ ନୁହେଁ। କରୋନା ସଂକ୍ରମଣ ଆଶଙ୍କା ଦୂର ହେବା ପରେପରେ ପାନୀୟ ଜଳ ସଙ୍କଟ ଘନୀଭୂତ ହେବ। ଏଥିପାଇଁ ଆମେ ବେଳ ହୁଁ ସତର୍କ ରହିବା ବୁଦ୍ଧିମାନର କାର୍ଯ୍ୟ ହେବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories